ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ତ୍ତାରପୁର କରିଡର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନରେ ଥିବା ଏହି କର୍ତ୍ତାରପୁର କରିଡରକୁ ଉଦ୍‌ଘାଟନ କରିବେ। ଏନେଇ କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ହରସିମରତ କୌର ବାଦଲ କହିଛନ୍ତି,”୮ ନଭେମ୍ବରରେ ଇତିହାସ ହେବ। ପାକିସ୍ତାନରେ ଅବସ୍ଥିତ ଶ୍ରୀ କର୍ତ୍ତାରପୁର ସାହିବ ଯିବା ପାଇଁ ନିର୍ମାଣ ହୋଇଥିବା କର୍ତ୍ତାରପୁର କରିଡରକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୭୨ ବର୍ଷ ମଧ୍ୟରେ କଂଗ୍ରେସ ଶାସନ କାଳରେ ଯାହା ସମ୍ଭବ ହୋଇପାରିନଥିଲା, ସେହି ଭୁଲକୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଧାରିବେ।”

ଶିଖ୍‌ ଧର୍ମଗୁରୁ ନାନକଙ୍କ ଦ୍ୱାରା ପ୍ରତିଷ୍ଠିତ କର୍ତ୍ତାରପୁର ସାହିବ ପାକିସ୍ତାନର ନରୱାଲ ଜିଲ୍ଲାରେ ଅବସ୍ଥିତ। ଭାରତୀୟମାନେ ଏହାକୁ ଦର୍ଶନ କରିବା ପାଇଁ ଗତ ନଭେମ୍ବର ମାସରେ ଏହି କର୍ତ୍ତାପୁର କରିଡର ନିର୍ମାଣ କରାଯାଇଥିଲା। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଉଦ୍‌ଝାଟନ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କହିଛନ୍ତି।

ଆହୁରି ପଢ଼ନ୍ତୁ,

ପାକ୍‌ରେ କର୍ତ୍ତାରପୁର ଗୁରୁଦ୍ଵାର, ଦୂରବୀକ୍ଷଣ ଯନ୍ତ୍ରରେ ଦର୍ଶନ କରନ୍ତି ଭାରତୀୟ ଶିଖ୍‌ ଶ୍ରଦ୍ଧାଳୁ

Comment