ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ତ୍ତାରପୁର କରିଡରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଗୁରୁବାର ବୁଝାମଣା ହୋଇଛି। ଦୁଇ ଦେଶର ଅଧିକରୀ ଏହି ବୁଝାମଣାରେ ଦସ୍ତଖତ କରିଛନ୍ତି। ଏଥସହିତ ନଭେମ୍ବର ୯ରେ କରତାରପୁର କରିଡରର ଉଦଘାଟନ କରାଯିବ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିବେ।

ଏହି ଦିନ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ କର୍ତ୍ତାରପୁର ସାହିବ ଗୁରୁଦ୍ୱାରକୁ ଭାରତର ପ୍ରଥମ ତୀର୍ଥଯାତ୍ରୀ ଦଳ ଗସ୍ତ କରିବେ।

ଭାରତ ପ୍ରତିଦିନ ୫୦୦୦ ତୀର୍ଥଯାତ୍ରୀଙ୍କୁ ପଠାଇବ। ଏଥିନେଇ ୧୦ ଦିନ ପୂର୍ବରୁ ନାମତାଲିକା ପାକିସ୍ତାନକୁ ପ୍ରଦାନ କରାଯିବ। ତାହାକୁ ୪ ଦିନ ମଧ୍ୟରେ ଯାଞ୍ଚ କରି ପାକିସ୍ତାନ ଚୂଡାନ୍ତ ତାଲିକା ପ୍ରଦାନ କରିବ। ୪.୨ କିଲୋମିଟର ଲମ୍ବ ଏହି କରିଡର କାର୍ଯ୍ୟ ଅକ୍ଟୋବର ୩୧ରେ ସମାପ୍ତ ହେବ ବୋଲି ସୂଚନା ଦିଆଯାଇଛି।

Comment