ଓଡ଼ିଶାଲାଇଭ୍‌ ବ୍ୟୁରୋ

୬୬ତମ ଜାତୀୟ ଫିଲ୍ମ ପୁରସ୍କାର ଶୁକ୍ରବାର ଘୋଷଣା ହୋଇଛି। ଏଥର ଶ୍ରୀରାମ ରାଘବନଙ୍କ ‘ଅନ୍ଧାଧୂନ’କୁ ବେଷ୍ଟ ହିନ୍ଦି ଫିଲ୍ମ ପୁରସ୍କାର ମିଳିଛି। ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ‘ଅନ୍ଧାଧୂନ’ ଏବଂ ଭିକି କୌଶଳଙ୍କୁ ‘ଉରି-ଦ ସର୍ଜିକଲ ଷ୍ଟ୍ରାଇକ୍‌’ ଫିଲ୍ମ ପାଇଁ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ସେହିପରି ତେଲୁଗୁ ଅଭିନେତ୍ରୀ କ୍ରୀତି ସୁରେଶଙ୍କୁ ‘ମହାନତୀ’ ପିଲ୍ମ ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି।

ଜାତୀୟ ଫିଲ୍ମ ପୁରସ୍କାରର ଜୁରୀ ଚେୟାରମ୍ୟାନ ରାହୁଲ ରୱେଲ ଏହି ପୁରସ୍କାର ଘୋଷଣା କରିଛନ୍ତି। ଏହି ଅବସରରେ ମୋଷ୍ଟ ଫିଲ୍ମ ଫ୍ରେଣ୍ଡ୍‌ଲି ରାଜ୍ୟ ଭାବେ ଉତ୍ତରାଖଣ୍ଡକୁ ଜାତୀୟ ପୁରସ୍କାର ମିଳିଛି। ତେବେ ଆସନ୍ତୁ ଜାଣିବା, କେଉଁ କେଉଁ ଫିଲ୍ମକୁ ମିଳିଛି ଜାତୀୟ ପୁରସ୍କାର।

  • ବେଷ୍ଟ ପପୁଲାର ଫିଲ୍ମ – ବଧାଇ ହୋ’
  • ବେଷ୍ଟ ପିଚର ପିଲ୍ମ – ହେଲାରୁ(ଗୁଜୁରାତି)
  • ବେଷ୍ଟ ଡାଇରେକ୍ସନ – ଆଦିତ୍ୟ ଧର(ଉରି – ଦ ସର୍ଜିକଲ ଷ୍ଟ୍ରାଇକ୍‌)
  • ବେଷ୍ଟ ଅଭିନେତ୍ରୀ – କ୍ରୀତି ସୁରେଶ(ମହାନତୀ)
  • ବେଷ୍ଟ ଆକ୍ଟର – ଆୟୁଷ୍ମାନ ଖୁରାନା(ଅନ୍ଧାଧୂନ) ଏବଂ ଭିକି କୌଶଳ(ଉରି-ଦ ସର୍ଜିକଲ ଷ୍ଟ୍ରାଇକ୍‌)
  • ବେଷ୍ଟ ଡେବ୍ୟୁ ଡାଇରେକ୍ଟର – ସୁଧାକର ରେଡ୍ଡୀ ୟଙ୍କତୀ, ଫିଲ୍ମ- ନାଲ(ମରାଠୀ)
  • ବେଷ୍ଟ ସପୋର୍ଟିଂ ଅଭିନେତ୍ରୀ – ସୁରେଖା ସିକରୀ(ବଧାଇ ହୋ’)
  • ବେଷ୍ଟ ସପୋଟିଂ ଆକ୍ଟର – ସ୍ୱାନନ୍ଦ କିର୍‌କିରେ(ଚୁମ୍ବକ)
  • ବେଷ୍ଟ ପୁରଷ କଣ୍ଠଶିଳ୍ପୀ – ଅରିଜିତ ସିଂହ, ବିନ୍‌ତେ ଦିଲ(ପଦ୍ମାବତ)
  • ବେଷ୍ଟ ମହିଳା କଣ୍ଠଶିଳ୍ପୀ – ବିନ୍ଦୁ ମାଲିନୀ. ନାଥୀଚରାମୀ(କନ୍ନଡ଼)
  • ବେଷ୍ଟ ଡାଏଲଗ୍‌ – ତାରିଖ(ବଙ୍ଗାଳୀ)
  • ବେଷ୍ଟ କଷ୍ଟ୍ୟୁମ ଡିଜାଇନର – ଇନ୍ଦ୍ରାକ୍ଷୀ ପଟ୍ଟନାୟକ, ଗୌରାଙ୍ଗ ଶାହ, ଅର୍ଚ୍ଚନା ରାଓ(ମହନତୀ) ତେଲୁଗୁ
  • ବେଷ୍ଟ ମୁ୍ୟୁଜିକ୍‌ ଡାଇରେକ୍ଟର – ସଂଜୟ ଲୀଲା ଭଂସାଲୀ(ପଦ୍ମାବତ)
  • ବେଷ୍ଟ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ – ସାସ୍ୱତ ସଚଦେବ(ଉରି)
  • ବେଷ୍ଟ କୋରିଓଗ୍ରାଫର – ପଦ୍ମାବତ(ଘୁମର)
  • ବେଷ୍ଟ ଲିରିକ୍ସ – ନାଥୀଚରାମୀ(କନ୍ନଡ଼)
  • ବେଷ୍ଟ ସ୍ପେସିଆଲ ଇଫେକ୍ଟ – କେଜିଏଫ୍‌(କନ୍ନଡ଼) ଏବଂ ଏଡବ୍ଲ୍ୟୁଇ(ତେଲୁଗୁ)

Comment