ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳା, ବିଜ୍ଞାନ ବାଣିଜ୍ୟରେ ଯୁକ୍ତ ନାମଲେଖା ପାଇଁ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ କଟ୍ଅଫ୍ମାର୍କ ପ୍ରକାଶ ପାଇଛି

ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ। କଳାରେ ଘଷିପୁରାର ସାଇଁକୁଳ କଲେଜ ସର୍ବାଧିକ ୭୮.୬୭ପ୍ରତିଶତ, ବିଜ୍ଞାନରେ ରେଭେନ୍ସା କଲେଜ ସର୍ବାଧିକ ୮୮.୮୩ପ୍ରତିଶତ ଏବଂ ବାଣିଜ୍ୟରେ ବିଜେବି କଲେଜର ସର୍ବାଧିକ ୭୮.୨ପ୍ରତିଶତ କ‌ଟ୍‌ ଅଫ ମାର୍କ ରହିଛି।

ପ୍ରଥମ ମେରିଟ୍‌ ଲିଷ୍ଟ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୨ରୁ ଆରମ୍ଭ ହୋଇ ୫ ତାରିଖରେ ସରିବ। ସେହିପରି ଦ୍ୱିତୀୟ ମେରିଟ୍‌ ଲିଷ୍ଟ ଜୁଲାଇ ୧୦ରେ ବାହାରି ୧୧ ଓ ୧୨ରେ ନାମଲେଖା ହେବ।

ଜୁଲାଇ ୧୬ରେ ବଳକା ସିଟ୍‌ ପାଇଁ ମେରିଟ୍ ଲିଷ୍ଟ ବାହାରିବ। ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୯ ରୁ ୨୧ ମଧ୍ୟରେ ହେବ ବୋଲି ଜଣାପଡ଼ିଛି।  ଜୁଲାଇ ୨୪ରୁ ଯୁକ୍ତ ୨ ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ।

Comment