ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ମଙ୍ଗଳବାର ପ୍ରକାଶ ପାଇଲା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍(ଆଇପିଏଲ୍)ର ଦ୍ୱାଦଶ ସଂସ୍କରଣର ଖେଳସୂଚୀ। ଆସନ୍ତା ମାସ ମାର୍ଚ୍ଚ ୨୩ରୁ ଆଇପିଏଲ୍‌ ୨୦୧୯ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ କର୍ତ୍ତୃପକ୍ଷ ଟୁଇଟର୍‌ ଜରିଆରେ ଏହି ସୂଚନା ଜାରି କରିଛନ୍ତି।

ଚଳିତ ଆଇପିଏଲ୍ ସଂସ୍କରଣରେ ପ୍ରଥମ ଦୁଇ ସପ୍ତାହର ୧୭ଟି ମ୍ୟାଚର ଖେଳସୂଚୀ ପ୍ରକାଶ ପାଇଛି। ଚଳିତ ସିଜନ୍‌ର ଉଦ୍‌ଘାଟନୀ ମ୍ୟାଚ ଚେନ୍ନାଇରେ ଖେଳାଯିବ। ପ୍ରଥମ ମ୍ୟାଚରେ ଘରୋଇ ଚେନ୍ନାଇ ସୁପର କିଙ୍ଗସ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁକୁ ଭେଟିବ।

ପୂର୍ବ ବର୍ଷ ଆଇପିଏଲ୍‌ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍ସ ଫାଇନାଲ୍‌ରେ ବିଜୟ ହୋଇ ତୃତୀୟ ଥର ପାଇଁ ଆଇପିଏଲ ଟ୍ରଫି ଉପରେ କବଜା କରିଥିଲା।

ଚଳିତ ବର୍ଷ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମ ଦୁଇ ସପ୍ତାହର ଖେଳସୂଚୀ ଜାରି କରାଯାଇଛି। ୨୩ ମାର୍ଚ୍ଚରୁ ୫ ଏପ୍ରିଲ ପର୍ଯ୍ୟନ୍ତ ଚଳିତ ବର୍ଷ ଆଇପିଏଲ୍‌ ମ୍ୟାଚ ହେବା। ନିର୍ବାଚନ ଏବଂ ସୁରକ୍ଷା ଦୃଷ୍ଟିରୁ ବିଦେଶରେ ମ୍ୟାଚ୍ ଆୟୋଜନ ନେଇ ଆଶଙ୍କା କରାଯାଉଥିଲା। କିନ୍ତୁ ସେଥିରେ ପୂର୍ଣ୍ଣଛେଦ ପକାଇ ନିକଟରେ ବିସିଆଇ ମ୍ୟାଚ୍‌ ଭାରତରେ ଖେଳାଯିବ ବୋଲି ନିଷ୍ପତ୍ତି ନେଇଥିଲା।

Comment