ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ଲେଗ୍‌ ସ୍ପିନର ଅମିତ ମିଶ୍ରା ରେକର୍ଡ ସୃଷ୍ଟି କରିଛନ୍ତି। ପ୍ରଥମ ଭାରତୀୟ ଭାବେ ଅମିତ ଆଇପିଏଲ୍‌ରେ ୧୫୦ ୱିକେଟ୍‌ ସଂଗ୍ରହ କରିଛନ୍ତି। ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କୁ ଆଉଟ୍‌ କରି ଅମିତ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।

ଅମିତ ମିଶ୍ରା ୧୪୦ଟି ମ୍ୟାଚ୍‌ ଖେଳି ଏହି ରେକର୍ଡ ସୃଷ୍ଟି କରିଛନ୍ତି। ୧୫୦ ୱିକେଟ୍‌ ସଂଗ୍ରହ କରିବାରେ ଅମିତ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳୀ। ତେବେ ଆଇପିଏଲରେ ସର୍ବାଧିକ ୱିକେଟ୍ ନେବାରେ ଶ୍ରୀଲଙ୍କାର ଲସିଥ୍ ମାଲିଙ୍କା ଶୀର୍ଷରେ ଅଛନ୍ତି। ଆଇପିଏଲ୍‌ରେ ମାଲିଙ୍ଗା ୧୬୧ ୱିକେଟ୍ ନେଇ ପ୍ରଥମ ସ୍ଥାନରେ ଅଛନ୍ତି। ଏହି କ୍ରମରେ ଅମିତ ମିଶ୍ରା ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଭାରତୀୟ ଖେଳାଳୀ ଭାବେ ପୀୟୁଷ ଚାୱଲା ୧୪୬ ୱିକେଟ୍ ନେଇ ତୃତୀୟ ସ୍ଥାନରେ ଅଛନ୍ତି।

ଅନ୍ୟପକ୍ଷରେ ଗତକାଲି ମ୍ୟାଚ୍‌ରେ ରୋହିତ ଶର୍ମା ନିଜ ଟି-୨୦ କ୍ୟାରିଅର୍‌ରେ ୮ହଜାର ରନ୍ ପୂରଣ କରିଛନ୍ତି।

Comment