ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଜାଣନ୍ତୁ କ’ଣ ରହିଛି କାର୍ଯ୍ୟସୂଚୀ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିବା ବେଳେ ରବିବାର ସନ୍ଧ୍ୟାରେ ସେ ଦିଲ୍ଲୀ ରାଷ୍ଟ୍ରପତି ଭବନକୁ ଫେରିଯିବେ।

ଶନିବାର ସନ୍ଧ୍ୟାରେ ରାଷ୍ଟ୍ରପତି କୋବିନ୍ଦ ଭୁବନେଶ୍ୱର ବିମାନ ବନ୍ଦରରେ ଏକ ସ୍ୱତନ୍ତ୍ର ବିମାନ ଜରିଆରେ ପହଞ୍ଚିବେ। ସେଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ। ଏହାପରେ ସେ ବିମାନ ବନ୍ଦରରୁ ସିଧା ରାଜଭବନ ଅଭିମୁଖେ ଯାତ୍ରା କରିବେ। ରାଜଭବନରେ ରାଷ୍ଟ୍ରପତି ରାତ୍ରିଯାପନ କରିବେ।

ରବିବାର ସକାଳୁ ରାଷ୍ଟ୍ରପତି ପ୍ରଥମେ ଖୋର୍ଦ୍ଧା ବରୁଣେଇ ଯାଇ ପାଇକ ବିଦ୍ରୋହ ଶତବାର୍ଷିକ ସ୍ମାରକୀ ପ୍ରତିଷ୍ଠା କରିବେ। ସେଠାରୁ ଫେରି ରାଷ୍ଟ୍ରପତି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି କାର୍ଯ୍ୟକ୍ରମରେ ଯୋଗ ଦେବେ। ସେଠାରେ ସେ ନିଜର ଅଭିବାଦନ ରଖି ସାରିବା ପରେ ରାଜଭବନ ଫେରି ଆସି ବିଶ୍ରାମ ନେବେ। ସନ୍ଧ୍ୟା ୮ଟାରେ ସ୍ୱତନ୍ତ୍ର ବିମାନ ଜରିଆରେ ରାଷ୍ଟ୍ରପତି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୋଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିପାଇଁ ୪୪ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି।

Comment