ଓଡ଼ିଶାଲାଇଭ୍‌ ବ୍ୟୁରୋ

Courtesy - Odisha Suntimes

ପାରଳାଖେମୁଣ୍ଡିରେ ପର୍ଦ୍ଦାଫାସ୍‌ ହେଲା ଆଇପିଏଲ୍‌ ବେଟିଂ ରାକେଟ୍‌। ଟ୍ରେଜରୀ ଅଫିସ୍‌ ନିକଟବର୍ତ୍ତୀ ଓଏସ୍‌ଆର୍‌ଟିସି ଗାରେଜ୍‌ରୁ ପାରଳାଖେମୁଣ୍ଡି ମଡେଲ ପୋଲିସ୍‌ ଏହି ଆଇପିଏଲ୍‌ ବେଟିଂ ରାକେଟ୍‌କୁ ଠାବ କରିଛି। ଏହି ଘଟଣାରେ ପୋଲିସ୍‌ ୭ଜଣଙ୍କୁ ଅଟକ ରଖିଥିବାର ସୂଚନା ମିଳିଛି।

ପାରଳାଖେମୁଣ୍ଡି ଟ୍ରେଜରୀ ଅଫିସ୍‌ ନିକଟବର୍ତ୍ତୀ ଓଏସ୍‌ଆର୍‌ଟିସି ଗାରେଜ୍‌ରେ ଚାଲିଥିଲା ଆଇପିଏଲ୍‌(ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌) ବେଟିଂ ରାକେଟ୍‌। ଏହାର ସୁରାକ ପାଇ ସୋମବାର ସନ୍ଧ୍ୟାରେ ପାରଳାଖେମୁଣ୍ଡି ମଡେଲ ପୋଲିସ୍‌ ପକ୍ଷରୁ ଏହା ଉପରେ ଚଢ଼ାଉ ହୋଇଥିଲା। ବେଟିଂରେ ସଂଶ୍ଳୀଷ୍ଟ ଥିବା ୭ ଜଣଙ୍କୁ ଗିରଫ କରିଛି ପୋଲିସ୍‌।

ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ପୋଲିସ୍‌ର ୬ ଜଣିଆ ଟିମ୍‌ ଏହି ଏମାନଙ୍କୁ ରେଡ୍‌-ହ୍ୟାଣ୍ଡରେ ଧରିଛନ୍ତି। ଘଟଣାସ୍ଥଳରୁ ୬୧ ହଜାର ଟଙ୍କା, ୮ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି ପୋଲିସ୍‌। ଏନେଇ ପାରଳାଖେମୁଣ୍ଡି ଏସ୍‌ଡିପିଓ ଠାକୁର ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି।

ଗିରଫ ହୋଇଥିବା ଲୋକମାନେ ହେଲେ ମଧୁପା ରଞ୍ଜନ ପଟ୍ଟନାୟକ(୪୪), ଜି. ସନ୍ତୋଷ(୩୪), ଏ. ଲୋକେଶ(୨୧), କେ, କମେଶ୍‌(୨୬), ଟି ରାମବାବୁ(୩୨), ଆଶିଷ ପୁରକେତ(୩୬) ଏବଂ ପ୍ରସାଦ ପାତ୍ର(୪୨)।

Comment