ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରିର ବନ୍ୟା ପ୍ରଭାବିତ ଅଞ୍ଚଳକୁ ୭ ଦିନର ରିଲିଫ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ମାଲକାନଗିରି ଜିଲ୍ଲାର ଅଧିକାଂଶ ଗାଁ ଏବଂ ବସ୍ତିର ଲୋକମାନେ ପାଣି ଘେରରେ ରହିଛନ୍ତି।

ତେଣୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଦିନର ରିଲିଫ ଘୋଷଣା କରିଛନ୍ତି। ବନ୍ୟା ସ୍ଥିତି ସମ୍ପର୍କରେ ସମ୍ପୃକ୍ତ ଜିଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି।

ବୟସ୍କଙ୍କୁ ଦୈନିକ ୬୦ ଟଙ୍କା ଓ ୧୨ ବର୍ଷରୁ କମ୍‌ ବୟସ ପିଲାମାନଙ୍କ ଲାଗି ଦୈନିକ ୪୫ ଟଙ୍କା ହିସାବରେ ରିଲିଫ ପ୍ରଦାନ କରାଯିବ। ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଗୃହପାଳିତ ପଶୁମାନଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ।“

ମାଲକାନଗିରି ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ୧୧୬୪ ମିମି ବର୍ଷା ରେକର୍ଡ କରାଯାଇଛି। ଏଥିସହ ବାଲିମେଳା ଓ ସତୀଗୁଡ଼ା ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।

ଏହାଛଡ଼ା ବାଲିମେଳା ଜଳଭଣ୍ଡାର ବିପଦ ସଙ୍କେତ ଉପରେ ରହିଛି।

Comment