ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ବଲପୁରରୁ ସାଲିମାର ଦେଇ ଏକ ନୂଆ ଟ୍ରେନ୍‌ ଗଡ଼ିବ। ଏହି ଟ୍ରେନ୍‌ ତାଳଚେର ଭାୟା ଦେଇ ସପ୍ତାହକୁ ୩ ଦିନ ଚାଲିବ। ଏଥିସହ ଉତ୍ତରପ୍ରଦେଶର ନିଜାମୁଦ୍ଦିନରୁ ଛତିଶଗଡ଼ର ରାଇଘର ପର୍ଯ୍ୟନ୍ତ ଆସୁଥିବା ଗଣ୍ଡୱାନା ଏକ୍ସପ୍ରେସ୍‌କୁ ସଂପ୍ରସାରଣ କରାଯାଇଛି। ବର୍ତ୍ତମାନ ଏହା ସମ୍ବଲପୁର ଯାଏ ଚଳାଚଳ କରିବ। ଭାୟା ଝାରସୁଗୁଡା ଦେଇ ଗଣ୍ଡଓ୍ୱାନା ଏକ୍ସପ୍ରେସ୍‌ ସମ୍ବଲପୁର ଆସିବ।

ନିର୍ବାଚନ ପୂର୍ବରୁ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ରେଳମନ୍ତ୍ରୀ ମନୋଜ ସିହ୍ନା ଓଡ଼ିଶା ରେଳସେବାରେ ବହୁ ଗରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଓଡ଼ିଶାରେ ଗୋଟେ ନୂଆ ଟ୍ରେନ୍‌ ତଥା ଅନ୍ୟ ୧୯ଟି ଟ୍ରେନ୍‌ର ନୂଆ ଷ୍ଟପେଜ୍‌ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ।

କେନ୍ଦ୍ର ରେଳମନ୍ତ୍ରୀ ମନୋଜ ସିହ୍ନାଙ୍କ ଓଡ଼ିଶା ଗସ୍ତରେ ଆସି ରାଜଧାନୀ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ମନୋଜ ସିହ୍ନା ୧୦ଟି ଟ୍ରେନ୍‌ର ଷ୍ଟପେଜ୍‌ ନେଇ ଘୋଷଣା କରିଛନ୍ତି। ଏଥିସହ କେନ୍ଦ୍ର ରେଳମନ୍ତ୍ରୀ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଏକ ଏକ୍ସଲେଟର ଓ ଏକ ଫୁଟ୍‌ ଓଭରବ୍ରିଜ୍‌ର ଉଦ୍‌ଘାଟନ କରିଛନ୍ତି।

  • ଭୁବନେଶ୍ୱର-ନୂଆ ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଢେଙ୍କାନାଳ ଷ୍ଟେସନ୍‌ରେ ଅଟକିବ।
  • ହାୱଡା-ସତ୍ୟସାଇ ପ୍ରଶାନ୍ତି ଏକ୍ସପ୍ରେସ ବାଲେଶ୍ୱର ଷ୍ଟେସନ୍‌ରେ ରହିବ।
  • ହଳଦିଆ-ମାଡ୍ରାସ ସୁପରଫାଷ୍ଟ ବାଲେଶ୍ୱର ଷ୍ଟେସନରେ ଅଟକିବ।
  • ହାୱଡା-କନ୍ୟାକୁମାରୀ ଏକ୍ସପ୍ରେସ ଭଦ୍ରକରେ ଅଟକିବ।
  • ପୁରୁଲିଆ-ଭିଲୁପୁରମ ଏକ୍ସପ୍ରେସ ଜଳେଶ୍ୱର ଷ୍ଟେସନରେ ଅଟକିବ।
  • ପାରାଦ୍ୱୀପ-ପୁରୀ ଏକ୍ସପ୍ରେସ କଣାସ ଷ୍ଟେସନ୍‌ରେ ଅଟକିବ।
  • ହାୱଡା-ପୁରୀ ଏକ୍ସପ୍ରେସ୍‌ ମାର୍କୋଣା ଷ୍ଟେସନ୍‌ରେ ଅଟକିବ।
  • ପୁରୀ-ନୂଆଦିଲ୍ଲୀ ନୀଳାଚଳ ଏକ୍ସପ୍ରେସ ଧାନମଣ୍ଡଳ ଷ୍ଟପେଜ୍‌ରେ ରହିବ।
  • କେନ୍ଦୁଝର-ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍‌ ଧାନମଣ୍ଡଳ ଷ୍ଟପେଜ୍‌ରେ ରହିବ।
  • ପୁରୀ ବଡ଼ବୀଲ ପାସେଞ୍ଜର ଟ୍ରେନ୍‌ କଣାସ ଷ୍ଟେସନ୍‌ରେ ଅଟକିବ।

Comment