ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରୁ ଗୋଟିଏ ଟ୍ରକରେ ଆସୁଥିବା ବିପୁଳ ପରିମାଣର କଫ ସିରଫ ଜବତ କରିଛି ସମ୍ବଲପୁର ପୋଲିସ। ବେଇଆଇନ କଫ ସିରଫ କାରବାର ମାମଲାରେ ୨୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ମୁକେଶ କୁମାର ଭାମୁ।

ଟ୍ରକରେ ୪୫ଟି ପେଟିରେ ପ୍ରାୟ ୧୦ ହଜାର ୮ ଶହ ବୋତଲ କଫ ସିରପ ହୁଗୁଳିରୁ ସମ୍ବଲପୁର ଅଭିମୁଖେ ଆସୁଥିଲା। ଏହି କଫ ସିରଫ ସମ୍ବଲପୁର ସହ ବରଗଡ଼ ଓ ସୋନପୁର ଜିଲ୍ଲାକୁ ଯାଇଥାନ୍ତା। ନିର୍ଦ୍ଧାରିତ ସମୟ ପୂର୍ବରୁ କଫ ସିରପ ବୋଝେଇ ଟ୍ରକକୁ ଜବତ କରିଥିଲା ସମ୍ବଲପୁର ପୋଲିସ।

ପୋଲିସ ଏହି ମାମଲାରେ ୨୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଟ୍ରକ୍‌, ଗୋଟିଏ ବୋଲେରୋ, ଗୋଟିଏ ଅଟୋ ରିକ୍ସା, ଗୋଟିଏ ସ୍କୁଟି, ଗୋଟିଏ ବୁଲେଟ, ୧୨ଟି ମୋବାଇଲ ଓ ନଗଦ ୨୦ ହଜାର ଟଙ୍କା ଜବତ କରିଛି। ମାମଲା ରୁଜୁ କରି ପୋଲିସ ଘଟଣା ତଦନ୍ତ କରୁଛି।

ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଅନେକଙ୍କ ବିରୋଧରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଅଭିଯୁକ୍ତମାନେ ପୂର୍ବରୁ ବେଆଇନ କଫ ସିରପ କାରବାର ମାମଲା ଗିରଫ ହୋଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ଜାମିନରେ ଆସି ପୁଣି ସେହି କାମରେ ନିୟୋଜିତ ହୋଇଥିବା କହିଛନ୍ତି ଏସପି ମୁକେଶ କୁମାର ଭାମୁ।

Tags: #CoughSyrup #PoliceInvestigation #Sambalpur #Odisha

LEAVE A REPLY

Please enter your comment!
Please enter your name here