ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଅମରେଶ ଜେନାଙ୍କୁ ମିଳିଲା ନୂଆ ଦାୟିତ୍ୱ। ଅମରେଶଙ୍କୁ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ବିଜେଡି ସଭାପତି ଭାବେ ନିଯୁକ୍ତି ମିଳିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଏହି ପଦରେ ନିଯୁକ୍ତ କରିଥିବା ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।

ଏଥିସହିତ ସୁବାସ ପାତ୍ରଙ୍କୁ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ମିଳିଛି।

ଅନ୍ୟପକ୍ଷରେ ମଙ୍ଗଳବାର ବିଜେଡିର ୨ ଲୋକସଭା ଏବଂ ୧୦ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଭୁବନେଶ୍ୱର ଉତ୍ତର ଲାଗି ବିଜେଡି ନୂଆ ମୁହଁ ସୁଶାନ୍ତ କୁମାର ରାଉତଙ୍କୁ ଟିକେଟ ଦେଇଛି। ଚଳିତ ନିର୍ବାଚନରେ ଉତ୍ତର ଭୁବନେଶ୍ୱରରୁ ପ୍ରିୟଦର୍ଶୀ ମିଶ୍ର କିମ୍ବା ଚିନ୍ମୟ ସାହୁଙ୍କୁ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଦଳ ଏଥର ନୂଆ ଚେହେରା ସୁଶାନ୍ତ କୁମାର ରାଉତଙ୍କୁ ଟିକେଟ ଦେଇଛନ୍ତି।

Comment