ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ସାଙ୍ଗଠନିକ ସ୍ତରରେ ନୂତନ କର୍ମକତା ନିଯୁକ୍ତି କରିଛନ୍ତି। ଏହି କ୍ରମରେ ଯୁବନେତା ତନ୍ମୟ ସ୍ଵାଇଁଙ୍କୁ ବାଲିକୁଦା-ଏରସମା ଓ ପାରାଦୀପ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି। ଏନେଇ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।

ଘରୋଇ ନିର୍ବାଚନ ମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଥିବାରୁ ତନ୍ମୟ ସ୍ଵାଇଁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦଳ ପାଇଁ ଆହୁରି ସଂକଳ୍ପବଦ୍ଧ ଭାବେ କାମ କରିବେ ବୋଲି ତନ୍ମୟ କହିଛନ୍ତି।

ତନ୍ମୟ ସ୍ଵାଇଁ ଏହାପୂର୍ବରୁ ରାଜ୍ୟ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଥିଲେ। ସେ ହେଉଛନ୍ତି ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି।

Comment