ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛି ସ୍ୱାମୀ। ଏହିଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଗଣ୍ଡାପାଜୁ ଗ୍ରାମରେ। ଗିରଫ ଅଭିଯୁକ୍ତ ହେଲେ କିଶୋରୀ ନାଏକ।

କୌଣସି କଥାକୁ ନେଇ କିଶୋରୀ ଏବଂ ତାଙ୍କ ପତ୍ନୀ ଦୁର୍ଲଭା ନାଏକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉଭୟଙ୍କ ମଧ୍ୟରେ ଝଗଡ଼ା ଏତେ ବଢ଼ିଯାଇଥିଲା ଯେ, ଘରେ ଥିବା ଏକ ଆଙ୍ଗିଆକୁ ଆଣି ଦୁର୍ଲଭାଙ୍କୁ ଚୋଟ ପରେ ଟୋଟ ମାରିଚାଲିଥିଲେ କିଶୋରୀ। ଏହା ପରେ ସେ ଟାଙ୍ଗିଆଟିକୁ ଧରି କିଛି ସମୟ ଆତଙ୍କ ଖେଳାଇଥିଲେ। ଭୟରେ ଗ୍ରାମବାସୀ ଘରୁ ବାହାରକୁ ବାହାରି ନଥିଲେ।

ଖବର ପାଇ ପୁରୁଣାକଟକ ଥାନା ପୋଲିସ ଗଣ୍ଡାପାଜୁ ଗାଁରେ ପହଞ୍ଚି ଅଭିଯୁକ୍ତ କିଶୋରୀଙ୍କୁ କାବୁ କରି ଥାନାକୁ ନେଇଯାଇଥିଲା। ଥାନାରେ ଅଟକ ରଖି ପଚରା ଉଚରା କରିବା ପରେ କିଶୋରୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ପଟେ ପୋଲିସ ଦୁର୍ଲଭାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଦୁର୍ଲଭାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Tags: #Boudh #Murder #Death #Arrest

Comment