ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୋବାଇଲ ଫୋନ ହଜାଇ ଦେବାରୁ ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ମାରି ଦେଲେ ସ୍ଵାମୀ। ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅନ୍ତର୍ଗତ ତାରାଯୋଡ଼ି ଗ୍ରାମରୁ।

ତାରାଯୋଡ଼ି ଗ୍ରାମର ରାମଚନ୍ଦ୍ର ସିଂଙ୍କ ସ୍ତ୍ରୀ ମୁଗୁଲି ସିଂ ମୋବାଇଲ ଫୋନ ହଜେଇ ଦେଇଥିଲେ। ଏହାକୁ ନେଇ ରାମଚନ୍ଦ୍ର ଏବଂ ମୁଗୁଲିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଝଗଡ଼ା ଏତେ ବଢ଼ିଯାଇଥିଲା ଯେ, ରାମଚନ୍ଦ୍ର ଘରେ ଥିବା ଏକ ଠେଙ୍ଗାରେ ମୁଗୁଲିଙ୍କୁ ପିଟିବାକୁ ଲାଗିଲେ। ଠେଙ୍ଗା ମାଡ଼ରେ ମୁଗୁଲିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି।

ଏ ସମ୍ପର୍କରେ ଖବର ପାଇ ପୁଲିଅଣା ଥାନା ପୋଲିସ ତାରାଯୋଡ଼ି ଗାଁ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅଭିଯୁକ୍ତ ରାମଚନ୍ଦ୍ରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରାଯାଇଛି। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Tags: #Mayurbhanj #Murder #HusbandWife

Comment