ଓଡ଼ିଶାଲାଇଭ୍ ବ୍ୟୁରୋ

ଅଧାରେ ରହିଲା ମାନସିକ। ମହାଦେବଙ୍କ ମନ୍ଦିରରେ ଜଳାଭିଷେକ କରିବା ପୂର୍ବରୁ ଚାଲିଗଲା ଦୁଇ କାଉଡ଼ିଆଙ୍କର ଜୀବନ। ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ। ମୃତ ଦୁଇଜଣ ହେଲେ ଖଇରା ବ୍ଲକ ବରଜୟପୁର ଗାଁର ସୁବ୍ରତ ମହାକୁଡ଼ ଏବଂ ରାଜେନ୍ଦ୍ର ସାହୁ।

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବରଦା ଗାଁ ନିକଟସ୍ଥ ସାଳନ୍ଦୀ ନଦୀରୁ ପାଣି ଆଣି ସିନ୍ଧୁକେଶ୍ଵର ମହାଦେବ ମନ୍ଦିରରେ ଲାଗି କରିବାକୁ ୧୮ ଜଣ କାଉଡ଼ିଆ ଯାଇଥିଲେ। ସୋମବାର ଦିନ ବୁଡ଼ ପକାଇ ପାଣି ଉଠାଇବା ସମୟରେ ରାଜେନ୍ଦ୍ର ଏବଂ ସୁବ୍ରତଙ୍କର ଗୋଡ଼ ଖସିଯାଇଥିଲା। ଫଳରେ ସେମାନେ ନଦୀ ସୁଅରେ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଦୁଇଜଣଙ୍କର ପତ୍ତା ମିଳିନଥିଲା।

ମଙ୍ଗବାର ଦିନ ପୁଣି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ବହୁ ସମୟ ଧରି ଖୋଜା ଖୋଜି କରିବା ପରେ ସୁବ୍ରତ ଏବଂ ରାଜେନ୍ଦ୍ରଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି।

Tags: #Baleswar #Drowned #Death #SalandiRiver

LEAVE A REPLY

Please enter your comment!
Please enter your name here