ଓଡ଼ିଶାଲାଇଭ୍ ବ୍ୟୁରୋ

ମଣିପୁର ଘଟଣାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ବିତର୍କରେ ବୁଧବାର ଦିନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚାନା କରିଥିଲେ। ଏହାରି ମଧ୍ୟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ମହିଳା ସାଂସଦମାନଙ୍କ ଆଡ଼କୁ ଚାହିଁ ରାହୁଲ ଗାନ୍ଧୀ ‘ଫ୍ଲାଇଙ୍ଗ କିସ୍’ କରିଥିବା ସେ କହିଛନ୍ତି।

ସଂସଦରେ ସ୍ମୃତି ଇରାନୀ କହିଛନ୍ତି ଯେ, “ଯାହାକୁ ଆଜି ମୋ ପୂର୍ବରୁ ବକ୍ତବ୍ୟ ରଖିବାକୁ ଅଧିକାର ଦିଆଗଲା ସେ ସଂସଦ ଛାଡ଼ିବା ସମୟରେ ଅଭଦ୍ରାମୀ କରିଯାଇଛନ୍ତି। ମହିଳାଙ୍କ ପ୍ରତି ଦୋଷଦୁର୍ବଳତା ରହିଥିବା ବ୍ୟକ୍ତି ହିଁ ସଂସଦରେ ମହିଳା ସଦସ୍ୟଙ୍କ ଉପସ୍ଥିତିରେ ‘ଫ୍ଲାଇଙ୍ଗ କିସ୍’ କରିପାରିବ। ଏହିଭଳି ଅଭଦ୍ରାମୀ ପୂର୍ବରୁ ସଂସଦରେ ଦେଖିବାକୁ ମିଳିନାହିଁ।”

ସ୍ମୃତି ଇରାନୀ ଆହୁରି ମଧ୍ୟ କହିଥିଲେ ଯେ, “ଆଗରୁ ଶୁଣିଥିଲି ଆଇନକୁ ଅବମାନନା କରୁଥିବା ବ୍ୟକ୍ତି ହିଁ ମହିଳାଙ୍କୁ ଅସମ୍ମାନ କରନ୍ତି, ଅଭଦ୍ରାମୀ କରନ୍ତି। କିନ୍ତୁ ମୁଁ ଜାଣିନଥିଲି ଗାନ୍ଧୀ ପରିବାରରେ ଏଭଳି ସଂସ୍କାର ରହିଛି।”

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶୋଭା କରନ୍ଦଲାଜେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅସଦ୍ ବ୍ୟବହାରକୁ ନେଇ ଲୋକସଭା ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମହିଳା ସାଂସଦମାନଙ୍କ ସ୍ଵାକ୍ଷର ଥିବା ଏକ ପତ୍ରରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

Tags: #NoConfidenceMotion #RahulGandhi #LokSabha #Politics #IndianPolitics #ManipurCase #Congress #BJP

LEAVE A REPLY

Please enter your comment!
Please enter your name here