ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କୁ ଲୋକସଭାରୁ ନିଲମ୍ବନ କରାଯାଇଛି। ସଂସଦରେ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରିଭିଲେଜ ରିପୋର୍ଟ ଦେବା ପର୍ଯ୍ୟନ୍ତ ଅଧୀର ରଞ୍ଜନ ନିଲମ୍ବିତ ରହିବେ।

ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିଲମ୍ବିତ କରିବା ପାଇଁ ବିଜେପି ନେତା ପ୍ରହ୍ଲାଦ ଜୋଶୀ ଏକ ପ୍ରସ୍ତାବ ଆଗତ କରିଥିଲେ। ଏହାକୁ ସଂସଦରେ ଗ୍ରହଣ କରାଯାଇଥିଲା। ତାଙ୍କ ବିରୋଧରେ ସଂସଦ କାର୍ଯ୍ୟ ସମୟରେ ଲଗାତର ଏଥିରେ ବାଧା ସୃଷ୍ଟି କରିବା ଏବଂ  ଦେଶର ଛବି ମଳିନ କରିବା ଭଳି ଅଭିଯୋଗ ଲାଗିଛି।

ମଣିପୁର ଘଟଣାକୁ ନେଇ ବିରୋଧୀଙ୍କ ପକ୍ଷରୁ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ବିତର୍କରେ ଗୁରୁବାର ଦିନ ଭାଗ ନେଇ ଅଧୀର ରଞ୍ଜନ ସରକାରଙ୍କ ଉପରେ ଖୁବ ବର୍ଷି ଥିଲେ। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କିଛି ବିବାଦୀୟ ଟିପ୍ପଣୀ ମଧ୍ୟ ଦେଇଥିଲେ ସେ।

ସଂସଦରେ ବିବୃତ୍ତି ରଖିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧୀର ରଞ୍ଜନ ଚୌଧୁରୀଙ୍କୁ କଟାକ୍ଷ କରିଥିଲେ।

ପୂର୍ବରୁ ଆପ ସାଂସଦ ସଞ୍ଜୟ ସିଂ ଏବଂ ଟିଏମସି ସାଂସଦ ଡାରେକ ଓ ବ୍ରାଏନଙ୍କୁ ନିଲମ୍ବିତ କରାଯାଇଥିଲା।

Tags: #AdheerRanjanChoudhurySusspended #NoConfidenceMotion #PMModi #ManipurViolenceCase #LokSabha #BJP #Congress #IndianPolitics

LEAVE A REPLY

Please enter your comment!
Please enter your name here