ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ପାରିବାରିକ କଳହ ଯୋଗୁଁ ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ୱାମୀ। ଏହିଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା ସାମ୍ପଚ ଗ୍ରାମରୁ। ମୃତକ ହେଲେ ଭୋଳାନାଥ ସ୍ୱାଇଁଙ୍କ ପତ୍ନୀ କସ୍ତୁରୀ ସ୍ୱାଇଁ।

ବୁଧବାର ଦିନ କୌଣସି କଥାକୁ ନେଇ ଭୋଳାନାଥ ଏବଂ କସ୍ତୁରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଝଗଡ଼ା ଏତେ ବଢ଼ିଯାଇଥିଲା ଯେ, ଘରୁ ଏକ ଟାଙ୍ଗିଆ ଆଣି କସ୍ତୁରୀଙ୍କୁ ଆକ୍ରମଣ କରିଥିଲେ ଭୋଳାନାଥ। ଭୋଳାନାଥଙ୍କ ଟାଙ୍ଗିଆ ଚୋଟରେ କସ୍ତୁରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି।

କସ୍ତୁରୀଙ୍କ ମୃତ୍ୟୁ ପରେ ଭୋଳାନାଥ ଟାଙ୍ଗିଆଟିକୁ ଧରି ଗାଁରେ ବୁଲୁଥିବାରୁ ଭୟରେ ଗ୍ରାମବାସୀ ଘର ଭିତରେ ରହିଥିବା ଦେଖିବାକୁ ମିଳିଛି। ଏ ନେଇ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଛନ୍ତି।

Tags: #Boudh #Murder #Death

Comment