ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ଚେସ୍ ବିଶ୍ଵକପରେ ସୁନ୍ଦର ପ୍ରଦର୍ଶନ ଜାରି ରଖିଛନ୍ତି ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନନ୍ଦ। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସେ ବିଶ୍ଵର ଏକ ନମ୍ବର ଚେସ୍ ଖେଳାଳି ନରୱେର ମ୍ୟାଗ୍ନସ୍ କାର୍ଲେସନଙ୍କ ବିପକ୍ଷରେ କଡ଼ା ମୁକାବିଲା କରୁଛନ୍ତି। ଗୁରୁବାର ଫାଇନାଲରେ କାର୍ଲେସନଙ୍କୁ ହରାଇବାର ସୁଯୋଗ ପ୍ରଜ୍ଞାନନନ୍ଦଙ୍କ ପାଖରେ ରହିଛି। ଏହା ଦ୍ଵାରା ସେ ବିଶ୍ଵନାଥ ଆନନ୍ଦଙ୍କ ପରେ ଦ୍ଵିତୀୟ ତଥା ସର୍ବକନିଷ୍ଠ ଭାରତୀୟ ଭାବେ ଚେସ୍ ବିଶ୍ଵକପ ଜିତିବାର ଗୌରବ ଅର୍ଜନ କରିବେ।
ଚଳିତବର୍ଷ ଆଜରବୈଜାନର ରାଜଧାନୀ ବାକୁରେ ଚାଲିଥିବା ଚେସ୍ ବିଶ୍ଵକପ ଫାଇନାଲରେ ଉଭୟ ମ୍ୟାଗ୍ନସ୍ କାର୍ଲେସନ ଓ ଆର୍ ପ୍ରଜ୍ଞାନନନ୍ଦ ପରସ୍ପରକୁ କଡ଼ା ଟକ୍କର ଦେଉଛନ୍ତି। ଉଭୟଙ୍କ ମଧ୍ୟରେ ଫାଇନାଲର ପ୍ରଥମ ଦୁଇଟି ଗେମ ଡ୍ର ରହିବାପରେ ଗୁରୁବାର ଟାଇବ୍ରେକର ମ୍ୟାଚ ଅନୁଷ୍ଠିତ ହେବ।
ମଙ୍ଗଳବାର କାର୍ଲେସନ ଓ ପ୍ରଜ୍ଞାନନନ୍ଦଙ୍କ ମଧ୍ୟରେ ଫାଇନାଲର ପ୍ରଥମ ଗେମ ଡ୍ର ରହିବାପରେ ବୁଧବାର ଦ୍ଵିତୀୟ ଗେମ ମଧ୍ୟ ଡ୍ର ରହିଥିଲା। ବୁଧବାର ଗେମର ୩୦ଟି ମୁଭ ପରେ ମ୍ୟାଚକୁ ଡ୍ର ଘୋଷଣା କରାଯାଇଥିଲା।
ଏହି ଟୁର୍ଣ୍ଣାମେଣ୍ଟରେ ଆର୍ ପ୍ରଜ୍ଞାନନନ୍ଦ ନିଜର ଚମତ୍କାର ପ୍ରଦର୍ଶନ କରି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଥିଲେ। ସେ ପ୍ରଥମ ପର୍ଯ୍ୟାୟରେ ବିଶ୍ଵର ଟପ୍ ରାଙ୍କର ଖେଳାଳିମାନଙ୍କୁ ହରାଇ ସେମିଫାଇନାଲକୁ ଆସିଥିଲେ। ସେମିଫାଇନାଲ ବିଶ୍ଵ ରାଙ୍କିଂରେ ଦ୍ଵିତୀୟରେ ଥିବା ଆମେରିକାର ଫାବିଆନୋ କରୁଆନାଙ୍କୁ ପରାସ୍ତ କରିଥିଲେ।
Tags: #ChessWorldCup #Praggnanandhaa #ChessGrandmaster #Chess #Sports #India




















