ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ଏବେ ସବସିଡି ମିଳିବାକୁ ଯାଉଛି। ଉଜ୍ଜ୍ଵଳା ଯୋଜନାର ହିତାଧିକାରୀଙ୍କୁ ଘରୋଇ ଗ୍ୟାସ ସିଲିଣ୍ଡର ବାବଦକୁ ୨୦୦ ଟଙ୍କାର ଅତିରିକ୍ତ ସବସିଡି ମିଳିବ। ଏହି ପ୍ରସ୍ତାବକୁ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି।
ଉଜ୍ଜ୍ଵଳା ଯୋଜନାରେ ଗ୍ୟାସ ସିଲିଣ୍ଡର ବାବଦକୁ ପୂର୍ବରୁ ମିଳୁଥିବା ୨୦୦ ଟଙ୍କାର ସବସିଡିକୁ ମିଶାଇ ଏବେ ମୋଟ ୪୦୦ ଟଙ୍କାର ସବସିଡି ମିଳିବ। ବର୍ଷକୁ ୧୨ଟି ସିଲିଣ୍ଡର ଉପରେ ଏହି ସବସିଡି ଦିଆଯିବ।
ଏହି ନୂଆ ସବସିଡି ବାବଦକୁ କେନ୍ଦ୍ର ସରକାରଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷରେ ୬ ହଜାର ୧୦୦ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡ଼ିବ। ଏହାପୂର୍ବରୁ ୨୦୨୨ ମସିହା ମେ’ ମାସରେ ଉଜ୍ଜ୍ଵଳା ଯୋଜନାରେ ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କାର ସବସିଡି ଘୋଷଣା କରିଥିଲେ।
ଅନ୍ୟପଟେ ଦେଶରେ ଅଗଷ୍ଟ ୧ ତାରିଖରୁ କମର୍ସିଆଲ ଏଲପିଜି ସିଲିଣ୍ଡର ଦର ୧୦୦ ଟଙ୍କା ହ୍ରାସ ପାଇଥିଲା। ତେବେ ଚଳିତବର୍ଷ ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ ଅନ୍ୟ କୌଣସି ପରିବର୍ତ୍ତନ କରାଯାଇନଥିଲା।
Tags: #LPGCylinder #CentralSubsidy #UjjwalaYojana #CentalCabinetDecision #India