ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଲାଞ୍ଚ ନେବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ତହସିଲ ଅନ୍ତର୍ଗତ ଜୟପୁର ରାଜସ୍ଵ ନିରୀକ୍ଷକ ରାକେଶ ପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍। ରାଇରଙ୍ଗପୁର ଅଞ୍ଚଳର ରାମଦାସ ସାହୁଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ରାକେଶ ପାତ୍ରଙ୍କୁ କାବୁ କରିଥିଲା ଭିଜିଲାନ୍ସ ଟିମ୍।

ଜମି ମାପକୁ ନେଇ ରାମଦାସ ସାହୁଙ୍କଠାରୁ ଅର୍ଥ ଦାବି କରିଥିଲେ ଜୟପୁର ରାଜସ୍ଵ ନିରୀକ୍ଷକ। ଏ ସମ୍ପର୍କରେ ରାମଦାସ ସାହୁ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ଶୁକ୍ରବାର ସନ୍ଧ୍ୟାରେ ରାଇରଙ୍ଗପୁର ଦୁର୍ଗାମଣ୍ଡପ ଛକ ନିକଟରେ ରାମଦାସ ସାହୁ ରାକେଶ ପାତ୍ରଙ୍କୁ ୫ ହଜାର ଟଙ୍କା ଦେଉଥିବାବେଳେ ସେଠାରେ ଲୁଚି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା।

ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରାଜସ୍ଵ ନିରୀକ୍ଷକ ରାକେଶ ପାତ୍ରଙ୍କ ବାରିପଦା ସ୍ଥିତ ଭଡ଼ାଘର ଏବଂ ଜୟପୁରରେ ଥିବା କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ଉ କରାଯାଇଛି।

Tags: #VigilanceRaid #Arrest #Mayurbhanj #JeypureRI

Comment