ଓଡ଼ିଶାଲାଇଭ୍ ବ୍ୟୁରୋ

ଦନ୍ତେୱାଡ଼ା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ଦୁଇ ମାଓବାଦୀ ନିହତ

ବୁଧବାର ଛତିଶଗଡ଼ ଦନ୍ତେୱାଡ଼ା ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ପୋଲିସ ଏନକାଉଣ୍ଟରରେ ଦୁଇ ଦୁର୍ଦାନ୍ତ ମାଓବାଦୀ ନିହତ ହୋଇଛନ୍ତି।

ଦନ୍ତେୱାଡ଼ାର ନାହାଡ଼ି ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଚାଲୁଥିବା ଖବର ପାଇ ସୁରକ୍ଷାକର୍ମୀ ଚଢ଼ାଉ କରିଥିଲେ। ତେବେ ଏହି ସମୟରେ ପୋଲିସ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ ମାଓବାଦୀ। ଏହାର କଡ଼ା ଜବାବ ଦେଇଥିଲା ପୋଲିସ।

ତେବେ ଏହି ଅପରେସନରେ ଟପ୍ କ୍ୟାଡର ମାଓବାଦୀ ଜଣେ ଖସି ପଳାଇଥିବା ଜଣାପଡ଼ିଛିା ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ହୋଇଛି। ସେପଟେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ସ ବିସ୍ପୋରଣରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ପୁରା ଜଙ୍ଗଲରେ ଏବେ ସର୍ଚ୍ଚ ଅପରେସନ୍ ସହ କମ୍ବିଂକୁ ଜୋରଦାର କରାଯାଇଥିବା ସୂଚନା ଦେଇଛନ୍ତି ଦାନ୍ତେୱାଡ଼ା ଏସପି ଗୌରବ ରାୟ।

Tags: #maoist #maoistattack #policeencounter #dantewada

Comment