ଓଡ଼ିଶାଲାଇଭ୍ ବ୍ୟୁରୋ

ଏସିଆନ ଗେମ୍ସରେ ଭାରତକୁ ମିଳିଛି ଆଉ ଏକ ସ୍ୱର୍ଣ୍ଣିମ ସଫଳତା। ଏହି ପ୍ରତିଯୋଗୀତାର ମହିଳା କ୍ରିକେଟରେ ସୋମବାର ଭାରତୀୟ ଦଳ ସ୍ଵର୍ଣ୍ଣ ପଦକ ହାସଲ କରିଛି। ମହିଳା କ୍ରିକେଟ ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ୧୯ ରନରେ ହରାଇ ଏସିଆନ ଗେମ୍ସରେ ଗୋଟିଏ ଦିନରେ ଦୁଇଟି ସ୍ଵର୍ଣ୍ଣ ପଦକ ହତେଇଛି। ସୋମବାର ସକାଳେ ୧୦ ମିଟର ଏୟାର ରାଇଫଲରେ ପୁରୁଷ ଟିମ ଇଭେଣ୍ଟରେ ଭାରତର ଖେଳାଳିମାନେ ବିଶ୍ଵ ରେକର୍ଡ ସହ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ।

ଏସିଆନ ଗେମ୍ସ ମହିଳା କ୍ରିକେଟ ଫାଇନାଲରେ ଭାରତୀୟ ଦଳ ଅଧିନାୟିକା ହରମାନପ୍ରୀତ କୌରଙ୍କ ନେତୃତ୍ଵରେ ପଡ଼ିଆକୁ ଓହ୍ଲାଇଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ ଇଣ୍ଡିଆ। ୨୦ ଓଭରରେ ୭ ୱିକେଟ ହରାଇ ମୋଟ ୧୧୬ ରନ କରିଥିଲା ଦଳ। ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ସର୍ବାଧିକ ୪୬ ରନ କରିଥିଲେ।

ଏହାପରେ ୧୧୭ ରନର ଟାର୍ଗେଟ ନେଇ ଖେଳିବାକୁ ଆସିଥିବା ଶ୍ରୀଲଙ୍କା ଆରମ୍ଭରୁ ବ୍ୟାଟିଂ ବିପର୍ଜୟର ସାମ୍ନା କରିଥିଲା। ଦଳ ୨୦ ଓଭରରେ ୮ ୱିକେଟ ହରାଇ ମାତ୍ର ୯୭ ରନ ହିଁ ସଂଗ୍ରହ କରିଥିଲା। ଏହାସହ ଭାରତର ସ୍ଵର୍ଣ୍ଣ ପଦକ ପକ୍କା ହୋଇଯାଇଥିଲା।

ଚୀନର ହାଙ୍ଗଝୌରେ ଚାଲିଥିବା ୧୯ତମ ଏସିଆନ ଗେମ୍ସର ବିଭିନ୍ନ ଖେଳରେ ଭାରତ ଏ ଯାଏଁ ୧୧ଟି ପଦକ ହାସଲ କରିଛି। ଏଥିରେ ୨ଟି ଦୁଇଟି ସ୍ଵର୍ଣ୍ଣ, ୩ଟି ରୌପ୍ୟ ଏବଂ ୬ଟି ବ୍ରୋଞ୍ଜ ପଦକ ସାମିଲ ଅଛି।

Tags: #AsianGames #WomenCricket #GoldMedal #IndiavsSrilanka #Cricket #Sports #India

 

Comment