ଓଡ଼ିଶାଲାଇଭ୍ ବ୍ୟୁରୋ

ପିଲାଟି ବେଳରୁ ଶାନ୍ତିଲତା ବାରିକଙ୍କର ସ୍ଵର ହିଁ ଥିଲା ତାଙ୍କ ପରିଚୟ। ସେଥିପାଇଁ ସମସ୍ତେ ତାଙ୍କୁ କୋଇଲି ବୋଲି ଡାକୁଥିଲେ।

ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ। ନିଜ କଣ୍ଠର ମିଠାପଣ ସହିତ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ବିଭୁ ଚେତନା ସୃଷ୍ଟି କରେ।

“ପିଲାବେଳୁ ମୁଁ ଗୀତ ଗାଉଥିଲି। ସେଥିପାଇଁ ସ୍କୁଲରେ ବିଭିନ୍ନ କାର୍ଯ୍ୟକ୍ରମରେ ମତେ ଗାଇବାର ସୁଯୋଗ ମିଳୁଥିଲା। ଭଲ ଗାଉଥିଲି ବୋଲି ସ୍କୁଲରେ ସାଙ୍ଗସାଥୀ, ଶିକ୍ଷକ, ଶିକ୍ଷୟିତ୍ରୀମାନେ କୋଇଲି ବୋଲି ଡାକୁଥିଲେ’’, ପିଲାବେଳର ସ୍ମୃତିକୁ ମନେ ପକାଇ କହିଛନ୍ତି ଶାନ୍ତିଲତା ବାରିକ ଛୋଟରାୟ।

ଶାନ୍ତିଲତା ବାରିକ ଛୋଟରାୟ ଗାଇଥିବା ଭକ୍ତି ସଙ୍ଗୀତ ପ୍ରତି ଦେଶ ବିଦେଶରେ ଲୋକଙ୍କର ବେଶ୍ ଆଦର ରହିଛି। ତାଙ୍କ ଭଜନ ଓଡ଼ିଶାର କଳା, ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇପାରିଛି।

ଶାନ୍ତିଲତା ବାରିକଙ୍କ ଜୀବନ ସମ୍ପର୍କ ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ।

Tags: #shantilatabarik #singer #bhajana #odiabhajana #jagannathbhajan

Comment