ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳା ୨୫ ମିଟର ପିସ୍ତଲ ଟିମ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ

ଚୀନର ହାଙ୍ଗଝୌରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଆଉ ଦୁଇଟି ପଦକ ଜିତିଛି ଭାରତ। ମହିଳା ୨୫ ମିଟର ପିସ୍ତଲ ଟିମ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମହିଳା ୫୦ ମିଟର ରାଇଫଲ ୩ ପୋଜିସନ ଟିମ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛି ଭାରତ।

ମହିଳା ୨୫ ମିଟର ପିସ୍ତଲ ଟିମ ଇଭେଣ୍ଟରେ ମାନୁ ଭାକର, ଏଶା ସିଂ, ଆର. ସଙ୍ଗୱାନ ଦଳଗତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ମହିଳା ୫୦ ମିଟର ରାଇଫଲ ୩ ପୋଜିସନ ଟିମ ଇଭେଣ୍ଟରେ ସାମ୍ରା, ଆଶି ଓ ମାନିନୀ ଟିମ ରୌପ୍ୟ ପଦକ ଜିତିଛନ୍ତି। ୪ ସ୍ୱର୍ଣ୍ଣ, ୫ ରୌପ୍ୟ, ୭ ବ୍ରୋଞ୍ଜ ସହ ଭାରତର ପଦକ ସଂଖ୍ୟା ୧୬ରେ ପହଞ୍ଚିଛି। ଏହାସହ ତାଲିକାର ସପ୍ତମ ସ୍ଥାନରେ ରହିଛି ଭାରତ।ଏହା ପୂର୍ବରୁ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତି ଭାରତ ଇତିହାସ ରଚିଛି। ୪୧ ବର୍ଷ ପରେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ କ୍ରୀଡ଼ାବିତ୍। ୧୯୮୨ ମସିହା ପରଠାରୁ ଭାରତ କେବେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତି ନ ଥିଲା।

ଭାରତ ପକ୍ଷରୁ ସୁଦୀପ୍ତି ହାଜେଲା, ହ୍ରିଦୟ ବିପୁଲ ଛେଡା, ଦିବ୍ୟକ୍ରିତି ସିଂ ଓ ଅନୁଶ ଅଗ୍ରୱାଲଙ୍କ ଟିମ ଅଶ୍ୱ ଚାଳନାର ଡ୍ରେସଏଜ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

Tags: #asiangames2023 #cheer4india #jeetegabharat #bharatatag22 #shooting #india

LEAVE A REPLY

Please enter your comment!
Please enter your name here