ଓଡ଼ିଶାଲାଇଭ୍ ବ୍ୟୁରୋ

ପିତୃପକ୍ଷ ଅବସରରେ ବିନ୍ଦୁସାଗର କୂଳରେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରାଯାଇଛି

ଆରମ୍ଭ ହୋଇଛି ପିତୃପକ୍ଷ। ଆଶ୍ୱିନ ମାସ କୃଷ୍ଣପକ୍ଷ ତଥା ଅପରପକ୍ଷର ଶେଷ ଦିନ ଅମାବାସ୍ୟା ପର୍ଯ୍ୟନ୍ତ ଏହି ପକ୍ଷ ଲାଗିରହିବ। ପରମ୍ପରା ଅନୁସାରେ ଏହି ପକ୍ଷରେ ଲୋକେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରିବା ସହ ପିଣ୍ଡଦାନ କରିଥାନ୍ତି।

ଏହି ସମୟରେ ନିଜର ପିତୃପୁରୁଷଙ୍କ ସହ ମାତୁଳ ଘରର ତିନି ପୁରୁଷଙ୍କୁ ପିଣ୍ଡଦାନ କରାଯାଏ। ତେଣୁ ଚଳଚଞ୍ଚଳ ହୋଇଛି ଏକାମ୍ରକ୍ଷେତ୍ରର ପବିତ୍ର ବିନ୍ଦୁସାଗର କୂଳ। କ୍ଷେତ୍ରବାସୀ ବ୍ରାହ୍ମଣମାନଙ୍କ ପକ୍ଷରୁ ପିତୃ ଶ୍ରାଦ୍ଧ ପାଇଁ ସମସ୍ତ ସହଯୋଗ କରାଯାଉଛି। ବିନ୍ଦୁସାଗର ଉତ୍ତରେଶ୍ୱର ଘାଟଠାରୁ ପୂର୍ବ ଘାଟ ପର୍ଯ୍ୟନ୍ତ ପିଣ୍ଡଦାନର ବ୍ୟବସ୍ଥା କରାଯାଇଛି। ଆବଶ୍ୟକୀୟ ପିଣ୍ଡଦାନ ପୂଜା ସାମଗ୍ରୀ ମଧ୍ୟ ବିକ୍ରି କରାଯାଉଛି।

“ବର୍ତ୍ତମାନ ମହାପ୍ରଭୁଙ୍କ ଶୟନ କାଳ ଚାଲିଛି। ଶୟନ ଚତୁର୍ଦଶୀ ତିଥିରୁ ଉତ୍‌ଥାପନ ଚତୁର୍ଦଶୀ ତିଥି ପର୍ଯ୍ୟନ୍ତ ୪ ମାସ କାଳ ବିବାହ, ବ୍ରତ, ଗୃହ ପ୍ରବେଶ ଆଦି ଶୁଭ କାର୍ଯ୍ୟ ହୁଏ ନାହିଁ। ପୁଣି ଏହି ସମୟରେ ସୂର୍ଯ୍ୟଙ୍କ ଦକ୍ଷିଣାୟନ ଗତି ଥାଏ। ତେଣୁ ପିତୃକାର୍ଯ୍ୟ କରଣୀୟ ବୋଲି କର୍ମକାଣ୍ଡରେ ବ୍ୟବସ୍ଥା ରହିଛି”, କହିଛନ୍ତି ପୂଜାପଣ୍ଡା ନିଯୋଗର ସଦସ୍ୟ କାଶୀନାଥ ପୂଜାପଣ୍ଡା।

Tags: #bindusagar #pitrupaksha #odiaculture #prayer #puja

LEAVE A REPLY

Please enter your comment!
Please enter your name here