ଓଡ଼ିଶାଲାଇଭ୍ ବ୍ୟୁରୋ

ଶେଷ ଗ୍ରୁପ ମ୍ୟାଚରେ ବାଂଲାଦେଶକୁ ୧୨-୦ରେ ହରାଇ ଏସିଆନ ଗେମ୍ସ ସେମିରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଦଳ

ଚାଇନାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଭାରତୀୟ ପୁରୁଷ ହକି ଦଳ ବିଜୟ ଅଭିଯାନ ଜାରି ରହିଛି। ସୋମବାର ଦଳ ଶେଷ ଗ୍ରୁପ ମ୍ୟାଚରେ ନିଜ ଠାରୁ ଦୁର୍ବଳ ବାଂଲାଦେଶକୁ ଏକତରଫା ଭାବେ ୧୨-୦ ଗୋଲରେ ପରାସ୍ତ କରିଛି।

ଏହି ବିଜୟ ସହ ତାଲିକାର ଶୀର୍ଷରେ ଥିବା ଭାରତୀୟ ଦଳ ଏସିଆନ ଗେମ୍ସ ହକିର ସେମିଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ଚାଇନା କିମ୍ବା କୋରିଆ ସହ ଖେଳିବ ଭାରତ।

ବାଂଲାଦେଶ ବିପକ୍ଷରେ ଅଧିନାୟକ ହରମନପ୍ରୀତ ସିଂହ(୨,୪ ଓ ୩୨ତମ ମିନିଟ) ଏବଂ ଫରୱାର୍ଡ ମନଦୀପ ସିଂହ(୧୮,୨୪ ଓ ୪୬ତମ ମିନିଟ) ହ୍ୟାଟ୍ରିକ ଗୋଲ କରିଛନ୍ତି।

ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଓଡ଼ିଆ ପୁଅ ଅମିତ ରୋହିଦାସ(୨୮ତମ ମିନିଟ), ଲଳିତ ଉପାଧ୍ୟାୟ(୨୩ତମ ମିନିଟ), ଅଭିଷେକ(୪୧ ଓ ୫୭ତମ ମିନିଟ), ନୀଲକଣ୍ଠ ଶର୍ମା(୪୭ ମିନିଟ) ଓ ସୁମିତ(୫୬ତମ ମିନିଟ) ମଧ୍ୟ ଗୋଲ ସ୍କୋର କରି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି।

ଏହି ବିଜୟ ସହ ଭାରତ ଗ୍ରୁପ ପର୍ଯ୍ୟାୟରେ ଖେଳିଥିବା ସମସ୍ତ ୫ଟି ମ୍ୟାଚ ଜିତି ୧୫ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ବିଶ୍ୱ ରାଙ୍କିଙ୍ଗର ତୃତୀୟ ସ୍ଥାନରେ ଥିବା ଭାରତ ପୂର୍ବରୁ ପାକିସ୍ତାନକୁ ୧୦-୨, ଉଜବେକିସ୍ତାନକୁ ୧୬-୦, ସିଙ୍ଗାପୁରକୁ ୧୬-୧ ଓ ଜାପାନକୁ ୪-୨ରେ ହରାଇଥିଲା।

Tags: #asiangames #bharatatag22 #hockey #teamindia #cheer4india

LEAVE A REPLY

Please enter your comment!
Please enter your name here