ଓଡ଼ିଶାଲାଇଭ୍ ବ୍ୟୁରୋ

ବାଙ୍ଗୀ ଜାତମୁଣ୍ଡିଆ ପୋଲ ଉପରେ ଝୁଲି ରହିଥିବା ବସକୁ ଉଦ୍ଧାର କରାଯାଇଛି। ଏକ ବଡ଼ ଦୁର୍ଘଟଣାରୁ ବଞ୍ଚି ଯାଇଛି ପ୍ରାୟ ୬୦ ଯାତ୍ରୀଙ୍କ ଜୀବନ।

ମଙ୍ଗଳବାର ସକାଳେ ଅନୁଗୁଳରୁ ପ୍ରାୟ ୬୦ ଜଣ ଯାତ୍ରୀଙ୍କୁ ଧରି ଭୁବନେଶ୍ଵର ଅଭିମୁଖେ ଯାଉଥିବା ଏକ ବସ୍ ବାଙ୍କୀ ଜାତମୁଣ୍ଡିଆ ପୋଲ ଉପରେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା। ବସଟି ପୋଲ ଉପରେ ଅଧା ଝୁଲି ରହିଥିଲା। ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଅଘଟଣ ଘଟିଥିବା ଯାତ୍ରୀମାନେ ଅଭିଯୋଗ କରିଥିବାବେଳେ ଷ୍ଟିୟରିଂ କାମ ନକରିବାରୁ ଏହି ପରିସ୍ଥିତି ଉପୁଜିଥିବା କହିଛନ୍ତି ବସ ଡ୍ରାଇଭର। ଦୀର୍ଘ ସମୟ ପରେ କ୍ରେନ ସହାୟତାରେ ବସଟିକୁ ଉଦ୍ଧାର କରାଯାଇଛି।

ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଅଘଟଣ ଘଟିଥିବା ଯାତ୍ରୀମାନେ ଅଭିଯୋଗ କରିଥିବାବେଳେ ଷ୍ଟିୟରିଂ କାମ ନକରିବାରୁ ଏହି ପରିସ୍ଥିତି ଉପୁଜିଥିବା କହିଛନ୍ତି ବସ ଡ୍ରାଇଭର। ଦୀର୍ଘ ସମୟ ପରେ କ୍ରେନ ସହାୟତାରେ ବସଟିକୁ ଉଦ୍ଧାର କରାଯାଇଛି।

LEAVE A REPLY

Please enter your comment!
Please enter your name here