ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା ଉପରୁ ଉଠିପାରୁନି ପରଦା। କଲ ଡିଟେଲ ରେକର୍ଡ (ସିଡିଆର) ଆଧାରରେ ଆରମ୍ଭ ହୋଇଛି ତଦନ୍ତ। ଏ ନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି ତଦନ୍ତକାରୀ ଅଧିକାରୀ ଡିଏସପି ବନୀତା ମାଝି।

ମୃତ ସୁସ୍ମିତା ମିଞ୍ଜ ଯେଉଁ ଯେଉଁମାନଙ୍କ ସହ ଫୋନରେ କଥା ହୋଇଥିଲେ ସମସ୍ତଙ୍କୁ ଜଣ ଜଣ କରି ଡାକି ପଚରା ଉଚରା ଚାଲିଛି। ସୋମବାର ଦିନ ସୁସ୍ମିତା ମିଞ୍ଜଙ୍କ ମଉସା ଏବଂ ମାଉସୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପଚରାଉଚରା କରାଯାଇଥିଲା। କଲ ରେକର୍ଡ ଆଧାରରେ ଅନ୍ୟମାନଙ୍କୁ ମଙ୍ଗଳବାର ଦିନ ଡକାଯାଇ ପଚରା ଉଚରା ଚାଲିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।

ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ ସୁଦ୍ଧା ଅନେକ ତଥ୍ୟ ମିଳିଛି, ତଦନ୍ତ ଶେଷ ହେବା ପରେ ସେ ସମ୍ପର୍କରେ ସୂଚନା ଦିଆଯିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ ବନୀତା ମାଝି। ଗତ ସେପ୍ଟେମ୍ବର ୧୯ ତାରିଖରେ ରାଉରକେଲାର ସେନସରୀ ପାର୍କରେ ଥିବା ପୋଖରୀରୁ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆସିବା ସହ ସିବିଆଇ ତଦନ୍ତ ଦାବି କରାଯାଇଛି।

Tags: #SusmitaMinzDeathCase #Rourkela #PoliceInvestigation #CDR intensified odia news odisha news

Comment