ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ଵକପରେ ବୁଧବାର ଖେଳାଯାଉଛି ଭାରତ-ଆଫଗାନିସ୍ତାନ ମ୍ୟାଚ। ଏଥିରେ ଆଫଗାନିସ୍ତାନ ପ୍ରଥମ ଇନିଂସରେ ବ୍ୟାଟିଂ କରି ଭାରତ ଆଗରେ ୨୭୩ ରନର ଟାର୍ଗେଟ ରଖିଛି।

ବୁଧବାର ମ୍ୟାଚ ଆରମ୍ଭରେ ଆଫଗାନିସ୍ତାନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ରହମାନୁହ୍ଲା ଗୁର୍ବାଜ ଓ ଇବ୍ରାହିମ ଜାଦରାନ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ। ଆରମ୍ଭରୁ ଦଳ ବିପର୍ଜୟର ସାମ୍ନା କରିଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ପ୍ରଥମ ୱିକେଟ ନେଇଥିଲେ।

ଆଫଗାନିସ୍ତାନ ୬୩ ରନରେ ୩ଟି ୱିକେଟ ହରାଇବା ପରେ ହାସମତୁହ୍ଲା ସାହିଦି ଅନ୍ୟ ଖେଳାଳି ଅଜମତୁହ୍ଲା ଓମାରଜାଇଙ୍କ ସହ ମିଶି ୧୨୧ ରନର ପାର୍ଟନରସିପ କରି ଦଳକୁ ଭଲ ସ୍ଥିତିକୁ ଆଣିଥିଲେ।

ଏହି ଇନିଂସରେ ହାସମତୁହ୍ଲା ବ୍ୟକ୍ତିଗତ ଭାବେ ୮୨ ରନ ଓ ଅଜମତୁହ୍ଲା ୬୨ ରନ କରିଥିଲେ। ଆଫଗାନିସ୍ତାନ ୫୦ ଓଭରର ଖେଳ ଶେଷ ସୁଦ୍ଧା ୮ ୱିକେଟ ବିନିମୟରେ ୨୭୨ ରନ ସଂଗ୍ରହ କରିବାରେ ସଫଳ ହେଲା। ସେହିପରି ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୪ଟି ଓ ହାର୍ଦିକ ପାଣ୍ଡ୍ୟା ୨ଟି ୱିକେଟ ହାସଲ କରିଥିଲେ।

ଏବେ ଭାରତ ଆଗରେ ମ୍ୟାଚ ଜିତିବା ପାଇଁ ୨୭୩ ରନର ଲକ୍ଷ୍ୟ ରହିଛି। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଓ ଇଷାନ କିଶନ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି।

ଗତ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ତାର ଅଭିଯାନ ଆରମ୍ଭ କରିଥିଲା। ତେବେ ଏହି ଆଫଗାନିସ୍ତାନ ବିପକ୍ଷ ମ୍ୟାଚଟିକୁ ଜିତି ବିଶ୍ଵକପରେ ନିଜର ଭଲ ପ୍ରଦର୍ଶନକୁ ବଜାୟ ରଖିବାକୁ ଚାହିଁବ ଟିମ୍ ଇଣ୍ଡିଆ।        

Tags: #ICCCricketWorldCup #IndiavsAfghanistan #Cricket #Sports #NewDelhi #ICC #BCCI

LEAVE A REPLY

Please enter your comment!
Please enter your name here