ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ଵକପରେ ବୁଧବାର ଭାରତ ଖେଳିବାକୁ ଯାଉଛି ନିଜର ଦ୍ଵିତୀୟ ମୁକାବିଲା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷରେ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବା ଭାରତୀୟ ଦଳର ମନୋବଳ ଭଲ ରହିଛି।

ତେବେ ପ୍ରଥମଥର ପାଇଁ ଦିନିକିଆ କ୍ରିକେଟରେ ଘରୋଇ ପରିବେଶରେ ଆଫଗାନିସ୍ତାନକୁ ଭେଟବାକୁ ଯାଉଛି ଭାରତ। ଚଳିତ ବିଶ୍ଵକପରେ ନିଜର ପ୍ରଥମ ମ୍ୟାଚରେ ବାଂଲାଦେଶଠାରୁ ପରାଜିତ ହୋଇଥିବା ଆଫଗାନିସ୍ତାନ ଉପରେ ଏବେ ଚାପ ରହିଛି।

ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵରେ ଦଳର ଖେଳାଳିମାନେ ଆଫଗାନିସ୍ତାନ ବିପକ୍ଷରେ ଭଲ କରିବେ ବୋଲି ଆଶା କରାଯାଉଛି। ହେଲେ ଶୁଭମନ ଗିଲ ଏବେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିବାରୁ ମ୍ୟାଚରେ ଓପନିଙ୍ଗ ଯୋଡ଼ିକୁ ନେଇ ଭାରତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ମଧ୍ୟ ଦଳର ଓପନିଙ୍ଗ ବ୍ୟାଟ୍ସମ୍ୟାନମାନେ କିଛି ଖାସ କରିପାରିନଥିଲେ। ହେଲେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ଏହା ଉପରେ ନଜର ଦେବାକୁ ପଡ଼ିବ।

ଭାରତ ଓ ଆଫଗାନିସ୍ତାନ ସହ ଏବେ ସୁଦ୍ଧା ମୋଟ ୩ଟି ଦିନିକିଆ ମ୍ୟାଚ ଖେଳିଛି। ଏଥିରୁ ୨ଟି ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ ଟାଇ ରହିଥିଲା।

Tags: #ICCCricketWorldCup #IndiavsAfghanistan #Cricket #Sports #NewDelhi #ICC #BCCI

LEAVE A REPLY

Please enter your comment!
Please enter your name here