ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ ହୋଇଛି। ଗୁରୁବାର ଦିନ ମାଲକାନଗିରି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମାଲକାନଗିରି ଜିଲ୍ଲାରେ ଗୁରୁବାର ଦିନ ଗଡ଼ିଛି ୩୬ଟି ବସ୍। ଏହି ବସ ୧୧୧ଟି ପଞ୍ଚାୟତରେ ଚଳାଚଳ କରିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬ଟି ଜିଲ୍ଲାରେ ‘ଲକ୍ଷ୍ମୀ’ ଯୋଜନାରେ ବସ ସେବା ଆରମ୍ଭ ହେବ। ଏହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି ଏବଂ କନ୍ଧମାଳ। ଏହି ସମସ୍ତ ଜିଲ୍ଲାରେ ପଞ୍ଚାୟତରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇ ‘ଲକ୍ଷ୍ମୀ’ ବସ୍।

ଗୁରୁବାର ଦିନ ମାନକାନଗିରିରେ ପତାକା ଦେଖାଇ ‘ଲକ୍ଷ୍ମୀ’ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ମାଲକାନଗିରି ହେଉଛି ଓଡ଼ିଶା ବିକାଶର ଲଞ୍ଚିଂ ପ୍ୟାଡ। ମାଲକାନଗିରିରୁ ଏକ ଟଙ୍କିଆ ଚାଉଳ ଏବଂ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲି। ଆଜି ‘ଲକ୍ଷ୍ମୀ’ ଯୋଜନା ଆରମ୍ଭ କରି ମୁଁ ବହୁତ ଖୁସି।”

ସେ ଆହୁରି କହିଥିଲେ ଯେ, ଲକ୍ଷ୍ମୀ ଯୋଜନା ସାଧାରଣ ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ। ଏହା ଗାଁ ଗାଁରେ ସମୃଦ୍ଧି ଆଣିବା ସହ ଅର୍ଥନୀତିକୁ ସୁଦୃଢ଼ କରିବ। ‘ଲକ୍ଷ୍ମୀ’ ଯୋଜନା ସମସ୍ତଙ୍କୁ ବିକାଶ ସହ ଯୋଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Tags: #LAccMiyojanabus #LAccMibus #cmnaveenpatnaik #malkangiri #transport #publictrensport

Comment