ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଅଣ୍ଡାରେ ପ୍ରୋଟିନର ମାତ୍ରା ଭରପୂର ରହିଥିବାରୁ ଏହା ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଲାଭଦାୟକ। ଅଣ୍ଡା ଉଭୟ ଶାରୀରିକ ଏବଂ ମାନସିକ ବିକାଶରେ ସହାୟକ ହୋଇଥାଏ। ଗର୍ଭାବସ୍ଥାରେ ଯଦି ମା’ ଅଣ୍ଡା ଖାଇଥାନ୍ତି ତେବେ ଏହା ଦ୍ଵାରା ଗର୍ଭସ୍ଥ ଶିଶୁର ମାନସିକ ବିକାଶ ହୋଇଥାଏ। ବୟସ ଅନୁସାରେ ପ୍ରତିଦିନ ଗୋଟିଏରୁ ଦୁଇଟି ଅଣ୍ଡା ଖାଇବା ଆବଶ୍ୟକ ବୋଲି ଡାଏଟିସିଆନ କୁହନ୍ତି।

ଅଣ୍ଡାକୁ ପୋଷଣର ଗନ୍ତାଘର ବୋଲି କୁହାଯାଏ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅଣ୍ଡାର ଉପାଦେୟତା ବେଶ ଅଧିକ। ଅଣ୍ଡାରୁ ମିଳୁଥିବା ଆମିନୋ ଏସିଡ୍‌‌, ଭିଟାମିନ୍‌‌ ବି-୧୨, ଫୋଲିକ୍‌‌ ଏସିଡ୍‌‌, ସ୍ନେହସାର ଆଦି ମଣିଷକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ବିଶିଷ୍ଟ ଡାଏଟିସିଆନ୍ ସୁଶ୍ରୀ ତପସ୍ଵିନୀ ଦାସଙ୍କଠାରୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅଣ୍ଡାର ଭୂମିକା ବିଷୟରେ ଅଧିକ ଜାଣିବା। 

ପ୍ରତିବର୍ଷ ଅକ୍ଟୋବର ୧୩ ତାରିଖକୁ ବିଶ୍ଵ ଅଣ୍ଡା ଦିବସ ଭାବରେ ପାଳନ କରାଯାଏ। ଅଣ୍ଡାର ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସ୍ଵାସ୍ଥ୍ୟପ୍ଲସ୍ ନେଟୱାର୍କ ପକ୍ଷରୁ ଏହି ଭିଡିଓ ପ୍ରକାଶ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସହଯୋଗର ହାତ ବଢ଼ାଇଛି ‘କେନ୍‌କୋ ଏଗ୍‌ସ: ଫର୍ ଏ ହେଲ୍‌ଦି ଲାଇଫ୍’।   

Tags: #Egg #Eggforhealth #healthyfood #OdiaHealthTips #Nutrition #awarnesscampaign #WorldEggDay

Comment