ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ସ୍ଵତନ୍ତ୍ର ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ସବୁ ପ୍ରକାର ମୌଳିକ ସୁବିଧା ଯୋଗାଇବା ପାଇଁ ନିର୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଉକ୍ତ ସ୍କୁଲଗୁଡ଼ିକରେ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ଆରପିଡବ୍ଲୁଡି ଆଇନ ୨୦୧୬ର ନିୟମଗୁଡ଼ିକୁ ପାଳନ କରିବା ପାଇଁ ହାଇକୋର୍ଟ ଗୁରୁତ୍ଵାରୋପ କରିଛନ୍ତି। ଏନେଇ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ନୋଟିସ ଜାରି ହୋଇଛି।

ରାଜ୍ୟର ସ୍ଵତନ୍ତ୍ର ବିଦ୍ୟାଳୟଗୁଡ଼ିକରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଅଧିକାରର ଉଲ୍ଲଂଘନ ହେଉଥିବା ଦର୍ଶାଇ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ଵାର୍ଥ ମାମଲା ଦାୟର ହୋଇଥିଲା। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ବି ଆର୍ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ ଏସ୍ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ।  

ଓଡ଼ିଶାର ସ୍ଵତନ୍ତ୍ର ବିଦ୍ୟାଳୟଗୁଡ଼ିକରେ ଭିନ୍ନକ୍ଷମ ଶିଶୁଙ୍କ ଅଧିକାରର ଉଲ୍ଲଂଘନ ଅଭିଯୋଗରେ ବିଛନ୍ଦ ଟ୍ରଷ୍ଟ ଅଫ ୱେଲଫେୟାର ଭୁବନେଶ୍ୱରର ଅଧ୍ୟକ୍ଷ ପ୍ରକାଶ କୁମାର ମହାପାତ୍ର ହାଇକୋର୍ଟରେ ଆବେଦନ କରିଥିଲେ। ଉକ୍ତ ସ୍କୁଲଗୁଡ଼ିକରେ ଭାରତର ସମ୍ବିଧାନର ଧାରା ୧୪, ୨୦ ଏବଂ ୨୧ରେ ଧାର୍ଯ୍ୟ ହୋଇଥିବା ଭିନ୍ନକ୍ଷମ ଶିଶୁଙ୍କ ମୌଳିକ ଅଧିକାରର ପାଳନ ହେଉନଥିବା ଦର୍ଶାଯାଇଥିଲା।

ଏବେ ହାଇକୋର୍ଟ ଏହି ମାମଲାରେ ଜବାବ ଦାଖଲ କରିବାକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦେଶ ଦେଇଛନ୍ତି।

Tags: #OdishaHighCourt #SpecialSchools #FundamentalRights #SpecialStudents #SSEPD #SMEOdisha

LEAVE A REPLY

Please enter your comment!
Please enter your name here