ଓଡ଼ିଶାଲାଇଭ୍ ବ୍ୟୁରୋ

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି। ସୋମବାର ଦିନ ଏହି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଅଭିମାନପୁର ଗାଁରେ। ମୃତ ଦୁଇଜଣ ସମ୍ପର୍କୀୟ ଭାଇ।

ସୋମବାର ସକାଳେ ଅଭିମାନପୁର ଗ୍ରାମର କାର୍ତ୍ତିକ କରଙ୍କ ୧୧ ବର୍ଷର ପୁଅ ଏବଂ ସର୍ବେଶ୍ଵର କରଙ୍କର ୧୨ ବର୍ଷର ପୁଅ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ଦୁହେଁ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଦୁଇ ଭାଇଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, କିନ୍ତୁ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ।

ଗୋଟିଏ ପରିବାରର ଦୁଇ ଦୁଇଟି ପିଲାଙ୍କର ଅକାଳ ବିୟୋଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପୋଲିସ ଶବ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Tags: #death #AbhirampurVillage #Nayagarh #VillagePond #Accident

Comment