ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ବିଶ୍ଵକପ ଚାଲିଥିବାବେଳେ ଭାରତକୁ ଲାଗିଛି ଝଟକା। ଟିମ୍ ଇଣ୍ଡିଆର ପ୍ରମୁଖ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ବିଶ୍ଵକପରୁ ବାଦ୍ ପଡ଼ିଛନ୍ତି। ତାଙ୍କ ଗୋଡରେ ଲାଗିଥିବା ଆଘାତ ଭଲ ହେଉ ନଥିବାରୁ ସେ ବିଶ୍ଵକପର ଅନ୍ୟ କୌଣସି ମ୍ୟାଚ ଖେଳିପାରିବେ ନାହିଁ। ହାର୍ଦିକଙ୍କ ସ୍ଥାନରେ ଏବେ ପ୍ରସିଦ୍ଧ କୃଷ୍ଣାଙ୍କୁ ଦଳରେ ସାମିଲ କରାଯାଇଛି।

ଅକ୍ଟୋବର ୧୯ ତାରିଖରେ ଭାରତ-ବାଂଲାଦେଶ ମ୍ୟାଚ ସମୟରେ ହାର୍ଦିକ ପାଣ୍ଡ୍ୟାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ସେ ବୋଲିଂ କରୁଥିବା ସମୟରେ ତାଙ୍କର ଗୋଡ଼ଗଣ୍ଠି ମୋଡ଼ି ହୋଇଯାଇଥିଲା। ଏହାପରେ ତାଙ୍କ ଗୋଡ଼ରେ ପଟି ଲଗାଯାଇଥିଲେ ମଧ୍ୟ ସେ ଆଉ ବୋଲିଂ କରିପାରିନଥିଲେ।

ହାର୍ଦିକଙ୍କ ଗୋଡ଼ ଆଘାତ ଭଲ ହେଉନଥିବାରୁ ତାଙ୍କୁ ବିଶ୍ଵକପରୁ ବାଦ ଦେବା ପାଇଁ ବିସିସିଆଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତାଙ୍କ ବଦଳରେ ଦଳରେ ସାମିଲ ହୋଇଥିବା ପ୍ରସିଦ୍ଧ କୃଷ୍ଣାଙ୍କୁ  ‘ଆଇସିସି’ ‘ଇଭେଣ୍ଟ୍‌ ଟେକ୍ନିକାଲ୍‌ କମିଟି’ ସ୍ଵୀକୃତି ଦେଇଛି।

ଏବେ ପ୍ରସିଦ୍ଧ କୃଷ୍ଣା ବିଶ୍ଵକପରେ ଭାରତର ପରବର୍ତ୍ତୀ ମ୍ୟାଚଗୁଡ଼ିକରେ ଖେଳିବାର ସମ୍ଭାବନା ରହିଛି। କିଛିଦିନ ତଳେ ସେ କର୍ଣ୍ଣାଟକ ତରଫରୁ ‘ସୟଦ୍‌ ମୁସ୍ତାକ୍‌ ଅଲି ଟି-ଟ୍ୱେଣ୍ଟି ଟ୍ରଫି’ ଖେଳିଥିଲେ। ଏଥିରେ ଅଧିକାଂଶ ମ୍ୟାଚ୍‌ରେ ସେ ୫ଟି ଲେଖାଏଁ ୱିକେଟ୍‌ ହାସଲ କରିଥିଲେ।

Tags: #HardikPandya #TeamIndia #ICCWorldCup #Cricket #BCCI #ICC

LEAVE A REPLY

Please enter your comment!
Please enter your name here