ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): କୋରାପୁଟ ଜିଲ୍ଲା ବିସିଂହପୁର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ବିସିଂହପୁର ପୋଲିସ ଚୋରା ମୋବାଇଲ ରାକେଟର ପର୍ଦ୍ଦାଫାଶ କରିବା ସହ ୯ ଜଣଙ୍କୁ ଗିରଫ କରିଛି। ଏ ନେଇ ସୂଚନା ଦେଇଛନ୍ତି ବୋରିଗୁମ୍ମା ଏସଡିପିଓ ଶୁଭେନ୍ଦୁ ଶବର।

ଗିରଫ ଅଭିଯୁକ୍ତମାନଙ୍କଠାରୁ ପୋଲିସ ୧୨ଟି ଚୋରି ମୋବାଇଲ ଜବତ କରିଛି। ଗତ ଫେବ୍ରୁଆରି ମାସରେ ଭାତପାଇଗୁଡ଼ା ଗ୍ରାମରୁ ଗୋଟିଏ ଦିନରେ ୧୧ଟି ମୋବାଇଲ ଚୋରି ହୋଇଥିଲା। ଏ ନେଇ ବିସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମୋବାଇଲ ଫୋନ ମାଲିକମାନେ। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ ହୋଇଥିଲା। ଚୋରି ହୋଇଥିବା ମୋବାଇଲ ନମ୍ବରକୁ ଟ୍ରାକ କରି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଥିଲା ପୋଲିସ।

ଗତ ଅକ୍ଟୋବର ୨୪ ତାରିଖରେ କୁମୁଲି ଗ୍ରାମରୁ ଗୋଟିଏ ବାଇକ ଏବଂ ଗୋଟିଏ ମୋବାଇଲ ଚୋରି ହୋଇଥିବା  ଅଭିଯୋଗ ହୋଇଥିଲା। ଚାରମୂଳା ଗ୍ରାମର ଏ କେପି ରାଓ ଏହି ଚୋରା ମୋବାଇ ରାକେଟରେ ସମ୍ପୃକ୍ତ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ଅଭିଯୁକ୍ତ କେପି ରାଓ କମ୍ ମୂଲ୍ୟରେ ଲୋକଙ୍କୁ ମୋବାଇଲ ଏବଂ ବାଇକ୍ ବିକ୍ରି କରୁଥିବା ସୂଚନା ମିଳିବା ପରେ ପୋଲିସ୍ କେପିଙ୍କୁ କାବୁ କରିବାରେ ସଫଳ ହୋଇଥିଲା।

କେପି ରାଓ ସହ ମୋବାଇଲ କିଣି ଥିବା ୮ ଜଣଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ପରେ ୯ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କେପି ରାଓଙ୍କ ବିରୋଧରେ ଥାନାରେ ଅନେକ ଚୋରି ମାମଲା ରହିଛି।

Tags: #Koraput #BisinghpurPolice #mobiletheftracket #MobileSeized #PoliceInvestigation

LEAVE A REPLY

Please enter your comment!
Please enter your name here