ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ରକ୍ତ ଜୁଡୁବୁଡୁ ଅବସ୍ଥାରେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଗୁପ୍ତେଶ୍ୱର ପଞ୍ଚାୟତ ସୁକୁନାଳ ନିକଟରୁ ଜଣେ ମହିଳାଙ୍କର ଶବ ଉଦ୍ଧାର କରାଯାଇଛି। ମହିଳା ଜଣଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୃତ ମହିଳା ହେଉଛନ୍ତି ମାଲକାନଗିରି ଜିଲ୍ଲା ଗୁରାକଣ୍ଟା ପଞ୍ଚାୟତ କୁରୁସୁୱାଡ଼ା ଗ୍ରାମର ଭାସ୍କର ରାଓ ଗୁରମିଙ୍କ ସ୍ତ୍ରୀ ଭାଗ୍ୟ ଗୁରାମି।

ସୁକୁନାଳ ନିକଟରେ ଜଣେ ମହିଳାଙ୍କର ମୃତଦେହ ପଡ଼ିଥିବା ଖବର ପାଇବା ପରେ ବୈପାରୀଗୁଡ଼ା ଥାନା ପୋଲିସ ଏବଂ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଭାଗ୍ୟ ଗୁରୁମି ବୈପାରୀଗୁଡ଼ା ଅଞ୍ଚଳରର ବାଉଁଶିଆଗୁଡ଼ାରେ ଥିବା ନିଜ ସାମର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ। ତେବେ ଗୁରୁମିଙ୍କୁ କିଏ ଏବଂ କାହିଁକି ହତ୍ୟା କରିଛି ଜଣାପଡ଼ି ନାହଁ। ହତ୍ୟା ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି, ଖୁବଶୀଘ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାଶ ବୋଲି କହିଛନ୍ତି ବୈପାରୀଗୁଡ଼ା ଥାନା ଅଧିକାରୀ ସୁଶାନ୍ତ ଶତପଥୀ।

Tags: #Koraput #Baipariguda #Death #Murder #PoliceInvestigation #Odisha

LEAVE A REPLY

Please enter your comment!
Please enter your name here