ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ଵକପର ଶେଷ ଲିଗ୍ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଭାରତ ଓ ନେଦରଲାଣ୍ଡସ୍। ଏହି ମ୍ୟାଚ ଜିତି ବିଶ୍ଵକପ ଲିଗ୍ ପର୍ଯ୍ୟାୟରେ ଅପରାଜୟର ଧାରାକୁ ବଜାୟ ରଖିବାକୁ ପ୍ରସ୍ତୁତ ହୋଇଛି ଟିମ୍ ଇଣ୍ଡିଆ। ବେଙ୍ଗାଳୁରୁର ଏମ ଚିନ୍ନାସ୍ଵାମୀ ମ୍ୟାଚକୁ ଉପଭୋଗ କରିବା ପାଇଁ ଭାରତୀୟ କ୍ରିକେଟ ପ୍ରେମୀମାନେ ଅପେକ୍ଷା କରି ରହିଛନ୍ତି।  

ଚଳିତ ବିଶ୍ଵକପରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ନିଜର ପୂର୍ବ ୮ଟି ଯାକ ମ୍ୟାଚ ଜିତିଛି। ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତୀୟ ଖେଳାଳିମାନେ ଖୁବ ସୁନ୍ଦର ପ୍ରଦର୍ଶନ କରୁଛନ୍ତି। ବିଶ୍ଵର ସବୁ ଦଳଙ୍କୁ କଡ଼ା ଟକ୍କର ଦେଇ ସେମିଫାଇନାଲକୁ ଯାଇ ସାରିଛି ଟିମ୍ ଇଣ୍ଡିଆ।

ଏହି ମ୍ୟାଚରେ ରୋହିତ ଶର୍ମା, ବିରାଟ କୋହଲୀ, ରବୀନ୍ଦ୍ର ଜାଡେଜା, କେଏଲ ରାହୁଲ, କୁଲଦୀପ ଯାଦବ, ମହମ୍ମଦ ଶାମି ଓ ଯଶପ୍ରୀତ ବୁମରାହଙ୍କ ଭଲ ପ୍ରଦର୍ଶନ ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ତେବେ ଏହି ମ୍ୟାଚରେ କିଛି ନୂଆ ଖେଳାଳିଙ୍କୁ ମଉକା ମିଳିପାରେ।   

ଚଳିତ ବିଶ୍ଵକପରେ ନିଜର ସବୁ ମ୍ୟାଚ ଜିତି ବହୁତ ଜବରଦସ୍ତ ଫର୍ମରେ ରହିଛି ଟିମ୍ ଇଣ୍ଡିଆ। ହେଲେ ନେଦରଲାଣ୍ଡସ ୮ରୁ କେବଳ ୨ଟି ମ୍ୟାଚ ଜିତି ଅନ୍ୟ ସବୁ ମ୍ୟାଚରେ ପରାଜିତ ହୋଇ ବିଶ୍ଵକପରୁ ବାଦ ପଡ଼ିଛି।

ତେବେ ଆଗକୁ ମଧ୍ୟ ଭାରତୀୟ ଦଳ ନିଜର ସୁନ୍ଦର ପ୍ରଦର୍ଶନ ଜାରି ରଖିବ ବୋଲି ସବୁ ପ୍ରଶଂସକମାନେ ଆଶାବାଦୀ ଅଛନ୍ତି।

Tags: #ICCCricketWorldCup #IndiavsNetherlands #Cricket #EdenGardens #Bengaluru #Sports #ICC

LEAVE A REPLY

Please enter your comment!
Please enter your name here