ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ-କଶ୍ମୀରର ଡୋଡ଼ା ଜିଲ୍ଲାରେ ବୁଧବାର ଦିନ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଗୋଟିଏ ବସ୍ ଖାଇକୁ ଖସିଯିବାରୁ ୩୦ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି।

ବୁଧବାର ସକାଳୁ ଗୋଟିଏ ବସ୍ ଯାତ୍ରୀଙ୍କୁ ଧରି କିସ୍ତଓ୍ଵାଡ଼ାଠାରୁ ଜମ୍ମୁ ଅଭିମୁଖେ ଯାତ୍ରା କରୁଥିଲା। ଡୋଡ଼ା ଜିଲ୍ଲାର ଅସାର ଅଞ୍ଚଳରେ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ବସ୍‌ଟି ରାସ୍ତା ଉପରୁ ପ୍ରାୟ ୨୫୦ ମିଟର ତଳକୁ ଖସି ପଡ଼ିଥିଲା।

ଦୁର୍ଘଟଣା ଖବର ପାଇ ସ୍ଥାନୀୟ ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏବେ ସୁଦ୍ଧା ୩୦ ଜଣ ଯାତ୍ରୀଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ, ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି।

Tags: #JammuKashmir #MajorAccident #Doda #Death #RescueOperation

Comment