ଓଡ଼ିଶାଲାଇଭ୍ ବ୍ୟୁରୋ

(ସୁନ୍ଦରଗଡ଼): ଅନୂସୂଚିତ ଜାତି ଏବଂ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ଆବାସିକ ବିଦ୍ୟାଳୟ ହଷ୍ଟେଲଗୁଡ଼ିକର ରୂପ ବଦଳୁଛି। ଜିଲ୍ଲାର ମୋଟ ୫୧୫ଟି ହଷ୍ଟେଲ ମଧ୍ୟରୁ ୨୨୩ଟି ହଷ୍ଟେଲର ରୂପାନ୍ତରଣ କାମ ଆରମ୍ଭ ହୋଇଛି।  

ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି ୧୯.୪୧ କୋଟି ଟଙ୍କା ବ୍ୟୟରେ ୧୭ଟି ନୂତନ ହଷ୍ଟେଲ ନିର୍ମାଣ କରାଯାଉଛି। ରୂପାନ୍ତରଣ ହେଉଥିବା ହଷ୍ଟେଲ ମଧ୍ୟରୁ ୨୮ଟି ହଷ୍ଟେଲରେ ଗାଧୁଆଘର, ଶୌଚାଳୟ, ରୋଷେଇ ଘର ଏବଂ ଡାଇନିଂ ହଲ ଆଦି ବ୍ୟବସ୍ଥା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ୬୯.୧୭ କୋଟି ବ୍ୟୟ ହେବ। ହଷ୍ଟେଲମାନଙ୍କରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଡିଜେଲ ଜେନେରେଟରର ବ୍ୟବସ୍ଥା କରାଯାଉଛି। ୧୩୭ଟି ଡିଜି ସ୍ଥାପନ ପାଇଁ ୭.୭ କୋଟି ଟଙ୍କା ବ୍ୟୟ ହୋଇଛି।

ଜିଲ୍ଲା ପ୍ରଶାସନ ତରଫରୁ ୧୧.୫୫ କୋଟି ଟଙ୍କା ବ୍ୟୟରେ ଏହି ସବୁ ହଷ୍ଟେଲମାନଙ୍କୁ ଖଟ ଏବଂ ଅନ୍ୟାନ୍ୟ ଆସବାବପତ୍ର ସହ ବିଭିନ୍ନ ଉପକରଣ ଯୋଗାଇ ଦିଆଯାଉଛି। ଜିଲ୍ଲାର ୨୦୦ଟି ପ୍ରାଥମିକ ସ୍କୁଲର ହଷ୍ଟେଲରେ ନୂତନ ଗୃହ ନିର୍ମାଣ, ପୁରୁଣା ହଷ୍ଟେଲ ଭାଙ୍ଗିବା ଏବଂ କାର୍ଯ୍ୟକ୍ଷମ ଥିବା ହଷ୍ଟେଲଗୁଡ଼ିକର ମରାମତି ପାଇଁ ୨୧୨ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।

ସେହିପରି ୫୨୫ଟି ହଷ୍ଟେଲର ମରାମତି, ଶୌଚଳାୟ, ରୋଷେଇ ଘର ଡାଇନିଂ ହଲର ମରାମତି, ଆଇଟି ଲ୍ୟାବ୍ ପ୍ରତିଷ୍ଠା ଏବଂ ଲାଇବ୍ରେରି ଆଦି ସ୍ଥାପନ ପାଇଁ ୨୮୭.୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

Tags: #Sundargarh #Hostel #HostelTransformation #Education #TribalSchoolHostels

LEAVE A REPLY

Please enter your comment!
Please enter your name here