ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-ଟ୍ୱେଣ୍ଟି ସିରିଜର ଚତୁର୍ଥ ମ୍ୟାଚ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଏହି ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି। ଶୁକ୍ରବାର ରାୟପୁରରେ ମ୍ୟାଚ ଜିତି ଦଳ ସିରିଜ୍ କବ୍ଜା କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।

ଅଷ୍ଟ୍ରେଲିଆ ବିପକ୍ଷ ଏହି ସିରିଜରେ ଭାରତୀୟ ଦଳରେ ଯୁବ ଖେଳାଳିମାନେ ଖୁବ ସୁନ୍ଦର ପ୍ରଦର୍ଶନ କରୁଛନ୍ତି। ଯଶସ୍ଵୀ ଜୟସ୍ଵାଲ୍, ଋତୁରାଜ ଗାଏକ୍ଵାଡ୍, ରିଙ୍କୁ ସିଂହ, ଇଶାନ କିଶନ ଭଲ ଫର୍ମରେ ରହିଛନ୍ତି। ସେହିପରି ବୋଲିଂରେ ଅର୍ଶଦୀପ ସିଂହ, ମୁକେଶ କୁମାର, ରବି ବିଷ୍ଣୋଇ ଭଲ ପ୍ରଦର୍ଶନ କରୁଛନ୍ତି।

ଅନ୍ୟପଟେ ସିରିଜର ୩ଟି ମ୍ୟାଚ ପରେ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲଙ୍କ ସମେତ ୪ ଜଣ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ସେମାନଙ୍କ ବଦଳରେ ନୂଆ ଖେଳାଳିମାନେ ଦଳରେ ସ୍ଥାନ ପାଇଛନ୍ତି। ତେବେ ପୂର୍ବ ମ୍ୟାଚ ଜିତିଥିବା ଅଷ୍ଟ୍ରେଲିଆର ଆଜିର ମ୍ୟାଚରେ କେଉଁଭଳି ପ୍ରଦର୍ଶନ ରହୁଛି ତାହାକୁ ନେଇ ସମସ୍ତଙ୍କ ନଜର ରହିଛି।

ସମ୍ଭାବ୍ୟ ଦଳ

ଭାରତ – ଯଶସ୍ୱୀ ଜୟସ୍ୱାଲ, ଋତୁରାଜ ଗାଏକ୍ୱାଡ, ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶ୍ରେୟସ ଆୟର, ରିଙ୍କୁ ସିଂହ, ଅକ୍ସର ପଟେଲ, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ମୁକେଶ କୁମାର – ଦୀପକ ଚହର, ଶିବମ ଦୁବେ, ଆଭେସ ଖାନ୍‌, ‌ଜିତେଶ ଶର୍ମା, ୱାଶିଂଟନ ସୁନ୍ଦର

ଅଷ୍ଟ୍ରେଲିଆ – ଆରୋନ ହାର୍ଡି, ଟ୍ରାଭିସ୍‌‌ ହେଡ୍‌‌, ମାଥ୍ୟୁ ସର୍ଟ, ବେନ୍‌‌ ମ୍ୟାକଡର୍ମଟ, ଟିମ୍‌‌ ଡେଭିଡ, ମାଥ୍ୟୁ ୱେଡ୍‌‌ (ଅଧିନାୟକ), କ୍ରିସ୍‌‌ ଗ୍ରୀନ୍‌‌, ବେନ୍‌‌ ଡ୍ୱାରଶୁଇସ, ନାଥାନ ଏଲିସ, ଜେସନ ବେହେରନଡର୍ଫ, ତନବୀର ସାଙ୍ଗା – ଜୋଶ ଫିଲିପ୍‌‌, କେନ ରିଚାର୍ଡସନ

Tags: #IndiavsAustralia #T-20Series #Cricket #Raipur #BCCI

LEAVE A REPLY

Please enter your comment!
Please enter your name here