ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ସ୍ତ୍ରୀର କଟାମୁଣ୍ଡଧରି ଥାନାରେ ପହଞ୍ଚିଲେ ସ୍ବାମୀ। ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ବିଡ଼ାପାଜୁ ଗାଁରେ।
ବିଡ଼ାପାଜୁ ଗ୍ରାମର ଅର୍ଜୁନ ବାଘ ଶନିବାର ଅପରାହ୍ଣରେ ନିଜ ସ୍ତ୍ରୀ ଧରିତ୍ରୀର କଟାମୁଣ୍ଡ ହାତରେ ଧରି ବାଣୀଗୋଛା ଥାନାରେ ପହଞ୍ଚିଥିଲେ। ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛିl
ପୋଲିସ ବିଡ଼ାପାଜୁ ଗାଁରେ ପହଞ୍ଚି ଶବ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଛି।
ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଅର୍ଜୁନଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।
Tags: #Nayagarh #murder #PoliceInvestigation

LEAVE A REPLY

Please enter your comment!
Please enter your name here