ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଯୁକ୍ତ ୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁବାରଠାରୁ ଆରମ୍ଭ ହୋଇଛି ମାଗଣା ନିଟ୍‌ ଓ ଜେଇଇ କୋଚିଂ। ରାଜ୍ୟର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟ କ୍ଲାସରେ ଅନଲାଇନ ମାଧ୍ୟମରେ ଏହି କୋଚିଂ ଆରମ୍ଭ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଏହି କୋଚିଂର ବ୍ୟବସ୍ଥା କରାଯାଇଛି।

ନିଟ୍‌ ଓ ଜେଇଇ କୋଚିଂରେ ଗୁରୁବାର ଛାତ୍ରଛାତ୍ରୀଙ୍କ ପାଇଁ କେମେଷ୍ଟ୍ରି କ୍ଲାସ କରାଯାଇଛି। ତେବେ ଜାନୁଆରି ୬ ତାରିଖ ଯାଏଁ ସକାଳ ୮.୩୦ ରୁ ୧୦ଟା ଯାଏଁ ଏହି କୋଚିଂରେ ଉଭୟ ନିଟ୍ ଏବଂ ଜେଇଇ ଆଶାୟୀମାନଙ୍କ ପ୍ରାରମ୍ଭିକ ୱାର୍ମିଂ କ୍ଲାସ କରାଯିବ। ଏହାପରେ ଜାନୁଆରି ୮ରୁ ଵିଧିବଦ୍ଧ ଭାବେ ଏହି କୋଚିଂ ଆରମ୍ଭ ହେବ।  

ସେହିପରି କୋଚିଂ ସହ ଛାତ୍ରଛାତ୍ରୀଙ୍କୁ ମାଗଣା ଷ୍ଟଡି ମ୍ୟାଟେରିଆଲ ମଧ୍ୟ ଯୋଗାଇ ଦିଆଯିବ। ସ୍କୁଲର କର୍ତ୍ତୃପକ୍ଷ ଓ ନୋଡାଲ ଅଧିକାରୀମାନେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ କୋଚିଂର କାର୍ଯ୍ୟସୂଚୀ ଜାରି କରିବେ। ଏହାସହ କୋଚିଂରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନର ରିପୋର୍ଟ ପ୍ରଦାନ କରିବାକୁ ସେମାନଙ୍କୁ ନିର୍ଦେଶ ଦିଆଯାଇଛି।

ଏହି ନିଟ୍‌ ଓ ଜେଇଇ କୋଚିଂରେ ୪୦ରୁ ୫୦ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ପରାମର୍ଶଦାତା ଶିକ୍ଷକ ରହିବେ। ପ୍ରାଥମିକ ଭାବେ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଅଧିକ ଗୁରୁତ୍ଵ ଦିଆଯାଉଥିବାବେଳେ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ମଧ୍ୟ ଏହି କୋଚିଂ ନେଇପାରିବେ।

Tags: #IIT-JEECoaching #Plus2ScienceStudents #CHSE #Odisha

LEAVE A REPLY

Please enter your comment!
Please enter your name here