ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କିଛି ଦିନ ପରେ ପୁଣି ଶୀତଲହରୀ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା କମିବା ସହ ଥଣ୍ଡା ବଢ଼ିବାରେ ଲାଗିଛି। ରବିବାର ରାତିରେ ଓଡ଼ିଶାର ୧୯ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ରବିବାର ରାତିରେ ଜି.ଉଦୟଗିରିରେ ୭.୫ ଡିଗ୍ରୀ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି କୋରାପୁଟରେ ୮.୩ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୯.୫ ଡିଗ୍ରୀ ଏବଂ ଫୁଲବାଣୀରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଅନ୍ୟପଟେ ଅନୁଗୁଳରେ ୧୧ ଡିଗ୍ରୀ, ନବରଙ୍ଗପୁରରେ ଓ କିରେଇରେ ୧୧.୪ ଡିଗ୍ରୀ, କେନ୍ଦୁଝରରେ ୧୩ ଡିଗ୍ରୀ, ରାଉରକେଲାରେ ୧୩.୭ ଡିଗ୍ରୀ, ଝାରସୁଗୁଡ଼ାରେ ୧୩.୯ ଡିଗ୍ରୀ, ସୁନ୍ଦରଗଡ଼ରେ ୧୪.୨ ଡିଗ୍ରୀ ଓ ମାଲକାନଗିରିରେ ୧୪.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ବୋହୁଥିବାରୁ ଅଧିକ ଶୀତ ଅନୁଭୂତ ହେଉଛି। ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଶୀତ ସହ ଘନ କୁହୁଡ଼ି ଯୋଗୁଁ ଲୋକମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଆହୁରି ୨ଋ ୩ ଦିନ ରାଜ୍ୟରେ ଶୀତ ସହ କୁହୁଡ଼ି ବଢ଼ିବାର ସମ୍ଭବନା ରହିଛି।

 Tags: #ColdWave #Winter #NightTemperature #WeatherUpdates #MCBBSR #Odisha

Comment