ଓଡ଼ିଶାଲାଇଭ୍ ବ୍ୟୁରୋ

ସବୁ ପ୍ରତୀକ୍ଷାର ଅନ୍ତ ହେଲା। ଶୁଭ ମୁହୂର୍ତ୍ତରେ ଗର୍ଭଗୃହରେ ସମ୍ପନ୍ନ ହୋଇଛି ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ। ୪୮ ସେକେଣ୍ଡର ଶୁଭ ମୁହୂର୍ତ୍ତରେ ଶ୍ରୀରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଏହି ଦିବ୍ୟ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି ଦାୟିତ୍ଵ ତୁଲାଇବା ପାଇଁ ନରେନ୍ଦ୍ର ମୋଦୀ ୧୧ ଦିନ ଧରି ବ୍ରତ ପାଳପ କରିଥିଲେ।

ସୋମବାର ଦିନ ୧୨ଟା ୧୫ରୁ ୧୨ଟା ୪୫ ମିନିଟ ମଧ୍ୟରେ ଶ୍ରୀରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ଲାଗି ମାହେନ୍ଦ୍ର ବେଳା ଧାର୍ଯ୍ୟ ହୋଇଥିଲା। ବେଦପାଠ ଏବଂ ମନ୍ତ୍ରଧ୍ଵନୀ ସହ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି।

ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ଲାଗି ମୁଖ୍ୟ ଜଜମାନ ସାଜିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ପବିତ୍ର ସରଜୁ ନଦୀରେ ସ୍ନାନ ତର୍ପଣ ସାରି ପୂର୍ବ ଦିଗରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପରେ ଆରମ୍ଭ ହୋଇଥିଲା ପ୍ରାଣ ପ୍ରତିଷ୍ଠା ରୀତିନୀତି।

ନିଜ ଜନ୍ମସ୍ଥାନରେ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ ସ୍ଥାପନା ପାଇଁ ସାରା ଦେଶରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି। ଆତ୍ମବିଭୋର ହୋଇଉଠିଛନ୍ତି ରାମ ଭକ୍ତ। ସୁନା ବେଶରେ ଶ୍ରୀମାମଲାଲାଙ୍କ ମନୋରମ ବେଶ ସମସ୍ତଙ୍କ ମନ ମୋହୁଛି।

Tags: #SriRamlala #PranaPratisthaUtsav #Ayoudhya #SriRam #PMNarendraModi

LEAVE A REPLY

Please enter your comment!
Please enter your name here