ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି, ଶୁକ୍ରବାର ଦିନ ଭୁବନେଶ୍ଵରରେ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶାଳ ରୋଡ ସୋ’। ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’କୁ ଦୃଷ୍ଟିରେ ରଖି ଭୁବନେଶ୍ଵରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଶେଷ କରି ଟ୍ରାଫିକ ପରିଚାଳନା ଉପରେ ଧ୍ୟାନ ଦିଆଯାଇଛି।

ବିଜେପିର ରାଜ୍ୟ ମୁଖ୍ୟାଳୟରୁ ବାଣୀବିହାର ଯାଏଁ ପ୍ରଧାନମନ୍ତ୍ରୀଙ୍କର ବିଶାଳ ରୋଡ ସୋ’ ହେବ। ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ କାର୍ଯ୍ୟକ୍ରମ ରାତି ୮ଟାରେ ଆରମ୍ଭ ହେବ। ଏହା ପୂର୍ବରୁ ଦିନ ୨ଟାରୁ ରୋଡ ସୋ’ କାର୍ଯ୍ୟକ୍ରମ ଶେଷ ହେବା ଯାଏଁ ମାଷ୍ଟରକ୍ୟାଣ୍ଟିନଠାରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ିଚଳାଚଳ ବନ୍ଦ ରହିବ।

ଏହି ବିଶାଳ ରୋଡ ସୋ’ରେ ୨ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତା ସାମିଲ ହେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଜଧାନୀର ବିଭିନ୍ନ ଛକରେ ଚାଲିଛି ଘନ ଘନ ଯାଞ୍ଚ।

ପୋଲିସ ଯାଞ୍ଚ ପରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସ୍ପେସାଲ ପ୍ରୋଟେକ୍ସନ ଗ୍ରୁପ (ଏସପିଜି) କମାଣ୍ଡୋ। ମାଷ୍ଟରକ୍ୟାଣ୍ଟିନଠାରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାର ପ୍ରତ୍ୟେକ ଛକ, ମୁଖ୍ୟଛକକୁ ସଂଯୋଗ ସ୍ଥଳ, ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଆଦି ସବୁଠି ତନ୍ନ ତନ୍ନ ଯାଞ୍ଚ କରିଛନ୍ତି ସ୍ପେସାଲ ପ୍ରୋଟେକ୍ସନ ଗ୍ରୁପ।

Tags: #Politics #OdishaPolitics #AssemblyElections2024 #Odisha #PMNarendraModi #BJP #MegaRoadShow

LEAVE A REPLY

Please enter your comment!
Please enter your name here