ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବିଜାପୁର ଛକରେ ଘଟିଥିବା ସିରିଜ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ରହିଛନ୍ତି।

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୩ ଜଣ ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  

ଓଭର ଟେକିଂ କାରଣରୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି। ବିଜାପୁର ଛକଠାରେ ଗୋଟିଏ ପଟୁ ଏକ ସ୍କର୍ପିଂଓ ଏବଂ ଗୋଟିଏ ଅଟୋ ଯାଉଥିବାବେଳେ ବିପରିତ ଦିଗରୁ ଏକ ଟ୍ରାକ୍ଟର ଆସୁଥିଲା। ଟ୍ରାକ୍ଟର ପଛରେ ବାଇକ୍ ଯାତ୍ରୀ ଥିଲେ। ଦ୍ରୁତ ଗତିରେ ଆସୁଥିବା ସ୍କର୍ପିଓଟି ଅଟୋକୁ ଓଭରଟେକ କରିବାକୁ ପ୍ରୟାସ କରିବା ସମୟରେ ବାଇକ ଆରୋହୀ ଟ୍ରାକ୍ଟରକୁ ଓରଟେକ କରି ଯାଉବେଳେ ସ୍କର୍ପିଓ ସହ ବାଡ଼େଇ ହୋଇ ତଳେ ପଡ଼ିଯାଇଥିଲେ।

ପରେ ସ୍କର୍ପିଓଟି ଅଟୋକୁ ପଛପଟୁ ଧକ୍କା ଦେବାରୁ ଅଟୋଟି ଓଲଟି ପଡ଼ିଥିଲା। ଫଳରେ ଅଟୋରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବାଇକ୍ ଆରୋହୀ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।

Tags: #Accident #SeriesAccident #Koraput #Boriguma #Death #BijapurAccident #Odisha

Comment