ଓଡ଼ିଶାଲାଇଭ୍ ବ୍ୟୁରୋ

ଏଫଆଇଏଚ୍ ପ୍ରୋ-ଲିଗ ହକି ୨୦୨୩-୨୪ରେ ଶନିବାରଠାରୁ ଅଭିଯାନ ଆରମ୍ଭ କରିବାକୁ ଯାଉଛି ଭାରତୀୟ ପୁରୁଷ ହକି ଦଳ। ଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ସ୍ପେନ ବିପକ୍ଷରେ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ। ପରେ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ଅନ୍ୟ ମ୍ୟାଚ ଖେଳାଯିବ। ଏଥିପାଇଁ ପୂର୍ବରୁ ଭାରତୀୟ ଦଳ ମଧ୍ୟ ଘୋଷିତ ହୋଇଛି।

ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାରେ ଖେଳିବା ପାଇଁ ୫ଟି ଦଳ ଆସିଛନ୍ତି। ଏଥିରେ ଭାରତ ସମେତ ସ୍ପେନ, ଅଷ୍ଟ୍ରେଲିଆ, ନେଦରଲାଣ୍ଡ, ଆୟରଲାଣ୍ଡ ଭଳି ଦଳ ସାମିଲ ଅଛନ୍ତି।       

କଳିଙ୍ଗ ଷ୍ଟାଡିୟମରେ ଭାରତ ଶନିବାର ସ୍ପେନ ବିପକ୍ଷରେ ମ୍ୟାଚ ଖେଳିବ। ସେହିପରି ଫେବ୍ରୁଆରି ୧୧ ତାରିଖରେ ନେଦରଲାଣ୍ଡ, ଫେବ୍ରୁଆରି ୧୫ ତାରିଖରେ ଅଷ୍ଟ୍ରେଲିଆ ଏବଂ ଫେବ୍ରୁଆରି ୧୬ ତାରିଖରେ ଆର୍ୟଲାଣ୍ଡ ସହ ମୁକବିଲା କରିବ ଟିମ୍ ଇଣ୍ଡିଆ।

ଏହାପରେ ଫେବ୍ରୁଆରି ୧୯ ତାରିଖରୁ ୨୫ ତାରିଖ ଯାଏଁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପୁରୁଷ ପ୍ରୋ-ଲିଗ ହକିର ଦ୍ଵିତୀୟ ପର୍ଯ୍ୟାୟ ମ୍ୟାଚ ଅନୁଷ୍ଠିତ ହେବ। ତେବେ ଏହି ପ୍ରୋ-ଲିଗ୍ ପାଇଁ ଘୋଷିତ ହୋଇଥିବା ଭାରତୀୟ ଦଳରେ ଓଡ଼ିଶାରୁ କେବଳ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି।

ଅନ୍ୟପଟେ କଳିଙ୍ଗ ଷ୍ଟାଡିୟମରେ ଫେବ୍ରୁଆରି ୩ ତାରିଖରୁ ୯ ତାରିଖ ଯାଏଁ ମହିଳା ପ୍ରୋ-ଲିଗ ମ୍ୟାଚ ଖେଳାଯାଉଛି। ଏହାପରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଫେବ୍ରୁଆରି ୧୨ ତାରିଖରୁ ୧୮ ତାରିଖ ଯାଏଁ ମହିଳା ପ୍ରୋ-ଲିଗର ଦ୍ଵିତୀୟ ପର୍ଯ୍ୟାୟ ମ୍ୟାଚ ଖେଳାଯିବ।

୨୦୨୩-୨୪ ପ୍ରୋ-ଲିଗ ହକିର ଉଭୟ ପୁରୁଷ ଓ ମହିଳା ସଂସ୍କରଣରେ ୯ଟି ଲେଖାଏଁ ଦଳ ଭାଗ ନେଉଛନ୍ତି। ଏହି ପ୍ରତିଯୋଗିତାରୁ ଉଭୟ ମହିଳା ଓ ପୁରୁଷ ବିଶ୍ଵକପ୍‌ ୨୦୨୬ ଲାଗି କିଛି ଦଳ ଯୋଗ୍ୟତା ଅର୍ଜନ କରିବେ।

ପ୍ରୋ-ଲିଗ ପାଇଁ ଭାରତୀୟ ପୁରୁଷ ଦଳ

ଗୋଲ କିପର – ପିଆର୍‌ ଶ୍ରୀଜେସ, କୃଷ୍ଣ ବାହାଦୂର ପାଠକ

ଡିଫେଣ୍ଡର – ଜର୍ମନପ୍ରୀତ ସିଂହ, ସୁମିତ, ଯୁଗରାଜ ସିଂହ, ଅମିତ ରୋହିଦାସ, ହର୍ମନପ୍ରୀତ ସିଂହ (ଅଧିନାୟକ), ବରୁଣ କୁମାର, ସଂଜୟ, ବିଷ୍ଣୁକାନ୍ତ ସିଂହ

ମିଡଫିଲ୍ଡର – ହାର୍ଦିକ ସିଂହ (ଉପଅଧିନାୟକ), ବିବେକ ସାଗର ପ୍ରସାଦ, ମନପ୍ରୀତ ସିଂହ, ନୀଳକାନ୍ତ ଶର୍ମା, ସମଶେର ସିଂହ, ରାଜକୁମାର ପାଲ, ରବିଚନ୍ଦ୍ର ସିଂହ ମୋଇରାଙ୍ଗଥେମ

ଫରୱାର୍ଡ – ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂହ, ଗୁରଜନ୍ତ ସିଂହ, ସୁଖଜୀତ ସିଂହ, ଅଭିଷେକ, ଆକାଶଦୀପ ସିଂହ, ଅରାଇଜିତ ସିଂହ ହୁଣ୍ଡାଲ।

Tags: #FIHProLeague2023-24 #IndianMensHockeyTeam #InternationalTournament #FIH #HockeyIndia

Comment